Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ଜେଇଙ୍କୁ ବସଉଠ କରିବା ଘଟଣା : ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ବିରୋଧରେ ମାମଲା ରୁଜୁ

7/06/2019 at 3:49 PM

ପାଟଣାଗଡ ୭|୬: ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କନିଷ୍ଠ ଯନ୍ତ୍ରୀଙ୍କୁ ରାସ୍ତା ଉପରେ ବସଉଠ କରିବା ମାମଲାରେ ତାଙ୍କ ପତ୍ନୀ ଗତକାଲି ଏତଲା ଦେଇଥିଲେ । ଏହାସହ ବିଧାୟକଙ୍କ ବିରୋଧରେ ଏସସି-ଏସଟି ଆଟ୍ରୋସିଟି ଆକ୍ଟରେ ମଧ୍ୟ ତଦନ୍ତ ହେଉଛି ।

ସେପଟେ ଦୁଇ ଦିନ ଧରି ନିଖୋଜ ଥିବା କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ କଣ୍ଟାବାଞ୍ଜିରୁ ଉଦ୍ଧାର କରି ଘରେ ଛାଡିଛି ପାଟଣାଗଡ ପୋଲିସ । ଗତ ୫ ତାରିଖରୁ ଘରକୁ ଫେରିନଥିଲେ ଜୟକାନ୍ତ । ଗତକାଲି ପତ୍ନୀ ପ୍ରବିଣା ରାଜହଂସ ଶବର ତାଙ୍କ ସ୍ବାମୀଙ୍କୁ ଅପହରଣ କରାଯାଇଥିବା ନେଇ ପଟଣାଗଡ ଥାନାରେ ଏତଲା ଦେଇଥିଲେ ।

ତେବେ ଘରକୁ ଫେରିବା ପରେ ଅପହରଣ ଅଭିଯୋଗ ନେଇ କନିଷ୍ଠ ଯନ୍ତ୍ରୀ କହିଛନ୍ତି ଯେ ସେ ଜଣେ ବିଜେଡି କର୍ମୀଙ୍କ ସହ ନୂଆପଡା ଖରିଆର ଯାଇଥିଲେ । ଏହାସହ ପୁରା ଘଟଣା ସଂପର୍କରେ ମଧ୍ୟ ମୁହଁ ଖୋଲିଛନ୍ତି । ପାଟଣାଗଡ ବିଧାୟକଙ୍କ ଉପସ୍ଥିତିରେ ସେଦିନ ନିର୍ବାହୀ ଯନ୍ତ୍ରୀ ମଧ୍ୟ ମୋତେ ଚାପୁଡା ମାରିଥିଲେ । ଅଧିକ ଆକ୍ରମଣ ଭୟରେ ମୁଁ ବାଧ୍ୟ ହୋଇ ଉଠବସ୍ ହୋଇଥିଲି । ଲଜ୍ଜାଜନକ ପରିସ୍ଥିତି ଯୋଗୁ ମୁଁ ସେତେବେଳେ ଚୁପ୍ ରହିଥିଲି ବୋଲି କନିଷ୍ଠ ଯନ୍ତ୍ରୀ କହିଛନ୍ତି ।

   Related Posts