Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

୪ ବର୍ଷର ଶିଶୁ କରୋନା ପଜିଟିଭ୍, ବାପା-ମା’ଙ୍କ ବିରୋଧରେ FIR… ଜାଣନ୍ତୁ ପୂରା ଘଟଣା

12/04/2020 at 4:54 PM

ଗାନ୍ଧୀନଗର ୧୨।୪: ଗୁଜୁରାଟର ଭାବନଗର ଜିଲ୍ଲାରେ କରୋନା ସଂକ୍ରମିତ ହୋଇଥିବା ୪ ବର୍ଷର ଶିଶୁର ପରିବାରଲୋକଙ୍କ ବିରୋଧରେ ପୋଲିସ ଏଫଆଇଆର ରୁଜୁ କରିଛି । ପୋଲିସର ସୂଚନା ଅନୁସାରେ, ଶିଶୁଟିର ପରିବାର ଲୋକେ ଲକ୍ ଡାଉନ୍ କୁ ଉଲଂଘନ କରି ସମ୍ପର୍କୀୟଙ୍କ ଘରକୁ ଯାଇଥିବାରୁ ଏମିତି ଘଟିଲା, ତେଣୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଘୋଘା ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ, ଶିଶୁଟିର ବାପା ଯିଏକି ଜମନାକୁଣ୍ଡ କରୋନା ନିୟନ୍ତ୍ରଣ ଅଞ୍ଚଳର ବାସିନ୍ଦା ଶୁକ୍ରବାର ଦିନ ପୋଲିସ ନିକଟରେ ନିଜକୁ ସରକାରୀ କର୍ମଚାରୀ ବୋଲି କହିଥିଲେ । ଏହାସହ ପୋଲିସକୁ ଏକ ସ୍ଲିପ୍ ଦେଇ ତାଙ୍କ ପତ୍ନୀ ଏବଂ ଶିଶୁଙ୍କୁ ୧୮ କି.ମି. ଦୂର ତାଙ୍କ ସମ୍ପର୍କୀୟଙ୍କ ଘରେ ପହଞ୍ଚିଥିଲେ ।

ଶନିବାର ଦିନ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ଦ୍ବାରା କରୋନା ଭାଇରସ୍ ସଂକ୍ରମିତ ହୋଇଥିଲେ ୪ ବର୍ଷର ଶିଶୁ । ଏହା ପରେ ତାଙ୍କୁ ଭବନଗରର ଏକ ଡାକ୍ତରଖାନାର ଏକ ଆଇସୋଲେସ ଓ୍ବାର୍ଡରେ ଭର୍ତ୍ତି କରାଯାଇଥିଲା ।

ଶିଶୁ ସହ ଆସିଥିବା ତାଙ୍କ ବାପା-ମା ଏବଂ ତାଙ୍କ ସମ୍ପର୍କରେ ଆସିଥିବା ଅନ୍ୟ ଦୁଇଜଣଙ୍କୁ ଡାକ୍ତରଖାନାରେ ଅଲଗା ରଖାଯାଇଛି । ରବିବାର ଦିନ, ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୧୭୦, ଧାରା ୨୬୯, ଧାରା ୨୭୦ ଏବଂ ଧାରା ୧୮୮ ଅନୁଯାୟୀ ଶିଶୁର ବାପା-ମାଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ ହୋଇଛି । ମହାମାରୀ ରୋଗ ଆଇନର ବ୍ୟବସ୍ଥା ଅନୁଯାୟୀ ସେମାନଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି ବୋଲି ପୋଲିସ କହିଛି ।

   Related Posts