କରୋନା କଟକଣା ନମାନି ମନ୍ଦିର ପ୍ରତିଷ୍ଠା ଘଟଣା : ୫୦ରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ
26/07/2020 at 12:45 PM

ବାଙ୍କୀ ୨୬।୭: କଟକ ବାଙ୍କି ପୋଡାପାଟଣା ଗାଁର ୫୦ରୁ ୬୦ ଜଣଙ୍କ ନାଁରେ ବୈଦେଶ୍ବରର ଥାନାରେ ମାମଲା ରୁଜୁ କରିଛି ପୋଲିସ । ଏନେଇ ବାଙ୍କୀ SDPO ପ୍ରସନ୍ନ କୁମାର ବିଶ୍ବାଳ ସୂଚନା ଦେଇଛନ୍ତି ।
ତେବେ ଲକ୍ ଡାଉନ୍ ବେଳେ କରୋନା କଟକଣା ନମାନି ଗାଁରେ ମନ୍ଦିର ପ୍ରତିଷ୍ଠା ଚାଲିଥିଲା । ଏଥିରେ ଗହଳି ଜମିଥିଲା । ଲୋକେ ମାସ୍କ ନପିନ୍ଧି ସାମିଲ ହୋଇଥିଲେ । ଥାନାଠାରୁ ମାତ୍ର କିଛି ଦୂରରେ ଏସବୁ ଚାଲିଥିଲା । ଏହି ଭିଜୁଆଲ ପ୍ରସାରଣ ପରେ ଆକ୍ସନକୁ ଆସିଛି ପୋଲିସ ।
ଗ୍ରାମ କମିଟିର ୫୦ରୁ ଅଧିକ ସଦସ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଥିଲେ । ଏମାନଙ୍କୁ ଥାନାକୁ ଡକାଯିବ ବୋଲି ପୋଲିସ କହିଛି ।
Related Posts
ଓଲଟିଲା ବେଆଇନ ଗୋରୁ ବୋଝେଇ ଗାଡି
17 January 2021
ଆହୁରି ୨ ଦିନ ଥରାଇବ, ଫେବ୍ରୁଆରୀ ପହିଲା ଯାଏଁ ଲୁଚକାଳି ଖେଳିବ ଶୀତ
17 January 2021
ରାଜଧାନୀରେ ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍
17 January 2021