ବାଣୀଙ୍କୁ ମହଙ୍ଗା ପଡିଲା ‘ହରେ ରାମ’ ଲେଖା ବିକିନୀ ଟପ୍ ଫଟୋ, ଥାନାରେ ଏତଲା
21/11/2019 at 3:30 PM

ମୁମ୍ବାଇ : ମଡେଲ ତଥା ଅଭିନେତ୍ରୀ ବାଣୀ କପୁରଙ୍କ ବିରୋଧରେ ପୋଲିସରେ ମୋକଦ୍ଦମା ରୁଜୁ ହୋଇଛି। ତାଙ୍କ ଆଚରଣରେ ଧାର୍ମିକ ଭାବନା ଆହତ ହୋଇଥିବା ଅଭିଯୋଗ କରି ଜନୈକ ମୁମ୍ବାଇ ବାସିନ୍ଦା ଏନ.ଏମ. ଯୋଶୀ ରୋଡସ୍ଥିତ ଥାନାରେ ଲିଖିତ ଏତଲା ରୁଜୁ କରିଛନ୍ତି। କିଛିଦିନ ପୂର୍ବରୁ ବାଣୀ ତାଙ୍କ ଇଂଷ୍ଟା ପେଜରେ ଏକ ଫଟୋ ସେୟାର କରିଥିଲେ। ଯେଉଁଥିରେ ସେ ଏକ ଡିପନେକ୍ ବିକିନୀ ଟପ୍ ପିନ୍ଧିଥିବାର ଦେଖାଯାଇଥିଲା। ଏହି ବିକିନୀ ଟପ ଯେଉଁ କପଡାରେ ପ୍ରସ୍ତୁତ ହୋଇଥିଲେ ସେଥିରେ ‘ ହରେ ରାମ ହରେ ରାମ’ ଲେଖାଥିଲା।

ଏହି ଫଟୋ ସେୟାରକରି ବାଣୀ ସୋସାଲ ମିଡିଆରେ ଖୁବ ଟ୍ରୋଲ ହୋଇଥିଲେ। ଏଣୁ ଫଟୋକୁ ତୁରନ୍ତ ହଟେଇ ଦେଇଥିଲେ ବି ତା ପୂର୍ବରୁ ଫଟୋ ଇଣ୍ଟରନେଟ୍ ରେ ଭାଇରାଲ ହୋଇସାରିଥିଲା। ଏହି ଫଟୋ ଦେଖି ମୁମ୍ବାଇ ଯୋଶୀ ରୋଡ ଅଞ୍ଚଳରେ ରହୁଥିବା ରମା ସାୱନ୍ତ ପୋଲିସରେ ଲିଖିତ ଏତଲା ଦେଇଥିବା ବେଳେ ପୋଲିସ ବାଣୀଙ୍କୁ ଡକାଇ ତାଙ୍କର ବୟାନ ରେକର୍ଡ କରିଥିବା ଜଣାପଡିଛି।
They are the creatures who can do any thing for money and fame…!!
— Shandilya sanjay Tiwari (@sanjayT06880241) November 13, 2019
And after failure of all such stunts come back with #MeToo movement…!!
Feeling to spit on her…#vaanikapoor https://t.co/LGT1bvYOiU
ସୂଚନା ଯୋଗ୍ୟଯେ ବାଣୀଙ୍କ ଫଟୋ ଇଂଷ୍ଟାଗ୍ରାମରେ ଦେଖି ଲୋକେ ତାଙ୍କୁ ଖୁବ୍ ତାଛଲ୍ୟ କରିଥିଲେ। ଏପରିକି ସେ ଭଗବାନଙ୍କ ନାମକୁ ବଦନାମ କରୁଥିବାର ବି ଲେଖିଥିଲେ। କିଛି ଲୋକେ ତ ତାଙ୍କୁ ବହିଷ୍କାର କରିବା ପାଇଁ ଖୋଲା ଆହ୍ୱାନ ବି ଦେଇଥିଲେ। ମାମଲା ବଢୁଥିବାର ଦେଖି ବାଣୀ ତାଙ୍କର ପୋଷ୍ଟ ହଟାଇଦେଇଥିଲେ। ହେଲେ ବିବାଦ କିନ୍ତୁ ତାଙ୍କର ପିଛା ଛାଡିନି।