ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ନାଁରେ ବି ଜାଲି ଆକାଉଣ୍ଟ, Fir ପରେ ବ୍ଲକ କଲା ସାଇବର ସେଲ୍‌

Published By : Prameya-News7 Bureau | March 31, 2020 IST

ନୂଆଦିଲ୍ଲୀ ୩୧।୦୩ : ସାରାଦେଶରେ ହୁ ହୁ ହୋଇବଢିଚାଲିଛି କରୋନା ଭାଇରସ । ବର୍ତ୍ତମାନ ସୁଦ୍ଧା କରୋନାରେ  ସଂକ୍ରମିତଙ୍କ ସଂଖ୍ୟା ୧ହଜାର ପାର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୦ ଡେଇଁଛି । ତେବେ କରୋନା ସଂକ୍ରମିତରୁ ଦେଶକୁ ରକ୍ଷା କରିବାପାଇଁ ଦେଶବ୍ୟାପୀ ୨୧ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ତେବେ ଦେଶର ଏହି ଘଡିସନ୍ଧି ସମୟରେ ବିଭିନ୍ନ ବ୍ୟକ୍ତି, ସାମାଜିକ ସଂଗଠନ ପକ୍ଷରୁ ସହଯୋଗର ହାତ ବଢାଇଛନ୍ତି । ସେହିପରି କରୋନା ଭାଇରସର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍  ଫଣ୍ଡକୁ ଦାନ କରିବା ପାଇଁ ପିଏମ୍ କେୟାର୍ ସ ଆରମ୍ଭ କରାଯାଇଛି। ଏଥିରେ ଲୋକେ ସିଧାସଳଖ ଅର୍ଥ ଦାନ କରିପାରିବେ।

wp:core-embed/twitter {"url":"https://twitter.com/PIBFactCheck/status/1244236305946427392","type":"rich","providerNameSlug":"twitter","className":""}
https://twitter.com/PIBFactCheck/status/1244236305946427392
/wp:core-embed/twitter

ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଏହି ରିଲିଫ୍ ଫଣ୍ଡ୍ ର ନାମ PMCARES@SBI ରଖାଯାଇଛି। ତେବେ ଏଥିରୁ ଅର୍ଥ ହଡ଼ପ କରିବା ପାଇଁ ଦିଲ୍ଲୀରେ ଜଣେ କେହି ଠକ ସେହି ନାମରେ ଅନ୍ୟ ଏକ ଆକାଉଣ୍ଟ ତିଆରି କରି ଠକେଇ କରିଥିବା ଅଭିଯୋଗ ହୋଇଛି। ଏହି ଆକାଉଣ୍ଟର ନାମରୁ କେବଳ 'S' ବାହାର କରି ସେ  PMCARE@SBI ନାମରେ ଏକ ଆକାଉଣ୍ଟ ସୃଷ୍ଟି କରି ଠକେଇ କରୁଥିଲା। ତେବେ ଦିଲ୍ଲୀ ପୋଲିସ ଏହି ଠକ ନାଁରେ ଏକ ମାମଲା ରୁଜୁ କରିଛି। ଦିଲ୍ଲୀ ପୋଲିସର ସାଇବର ସେଲ୍  ଏ ସଂପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଷ୍ଟେଟ୍  ବ୍ୟାଙ୍କକୁ ଏ ସଂପର୍କରେ ଜଣାଇବା ସହିତ ସେହି ବ୍ୟକ୍ତି ନାଁରେ ମାମଲା ରୁଜୁ କରିଛି। ଆଇପିସି ଓ ଆଇଟି ଆକ୍ଟରେ ମାମଲା ରୁଜୁ କରାଯାଇଛି। କରୋନା ମୁକାବିଲା ପାଇଁ ଅର୍ଥ ଦାନ ବେଳେ ପ୍ରକୃତ ସଂସ୍ଥାର ନାମ ଯାଞ୍ଚ କରି ଦାନ କରିବାକୁ ଆଇଟି ବିଶେଷଜ୍ଞ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.