Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ନାଁରେ ମାମଲା ରୁଜୁ

18/04/2019 at 2:20 PM

ପୁରୀ ୧୮|୪: ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ନାଁରେ ମାମଲା ରୁଜୁ ହୋଇଛି । ପୁରୀ ସମୁଦ୍ରକୂଳ ଥାନାରେ ମାମଲା ରୁଜୁ ହୋଇଛି । ଧର୍ମୀୟ ଭାବନା ଉପରେ ଆଘାତକୁ ନେଇ ମାମଲା ରୁଜୁ କରିଛନ୍ତି ଫ୍ଲାଇଂ ସ୍କ୍ବାର୍ଡ ଅଧିକାରୀ । ଜଗନ୍ନାଥଙ୍କ ନାଁ ନେଇ ପ୍ରଚାର କରୁଥିବା ଅଭିଯୋଗ ହୋଇଛି ।ଅନ୍ୟପଟେ ମାମଲାର ତଦନ୍ତ କରାଯିବ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି ।

ପୂର୍ବରୁ ଖୋଲା ଜିପ୍ ରେ ଜଗନ୍ନାଥଙ୍କୁ ଧରି ସମ୍ବିତ ପାତ୍ର ରୋଡ୍ ସୋ’ କରିଥିଲେ । ନିର୍ବାଚନ ସମୟରେ କୌଣସି ନେତା ଧାର୍ମିକ ମୂର୍ତ୍ତି ବା ଫଟୋକୁ ଧରି ପ୍ରଚାର କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କଟକଣା ଜାରି ହୋଇଛି । ତେଣୁ ଜଗନ୍ନାଥଙ୍କ ମୂର୍ତ୍ତି ଧରି ପ୍ରଚାର କରିଥିବାରୁ ଏହା ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଙ୍ଘନ ବୋଲି ଅଭିଯୋଗ କରିଥିଲେ କଂଗ୍ରେସ ଓ ବିଜେଡି । ଏପରିକି ଏନେଇ ଦୁଇ ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ମଧ୍ୟ ହୋଇଥିଲେ ।

ଆଚରଣ ବିଧି ଉଲ୍ଲଙ୍ଘନ ହୋଇଥିବା ନେଇ ସମ୍ବିତଙ୍କୁ ନୋଟିସ୍ ମଧ୍ୟ କରିଥିଲେ ରିଟର୍ଣ୍ଣିଂ ଅଫିସର ତଥା ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ । ସମ୍ବିତ ଜୋତା ପିନ୍ଧି ଜଗନ୍ନାଥଙ୍କ ମୂର୍ତ୍ତି ଧରିଥିବାରୁ ଏହା ଧାର୍ମିକ ଭାବନାକୁ ମଧ୍ୟ ଆଘାତ କରୁଥିବା ଅଭିଯୋଗ ହୋଇଥିଲା ।   

   Related Posts