ରଂଗିଲା ଜେଲରଙ୍କ ନାଁରେ ବଡବିଲ ଥାନାରେ ଏତଲା ଦେଲେ ଯୁବତୀ

Published By : Prameya-News7 Bureau | September 06, 2018 IST

ବଡବିଲ ୬|୯: ଭଦ୍ରକ ସବ୍ ଜେଲ୍‌ର ଜେଲର ଚିନ୍ମୟ ପାତ୍ରଙ୍କ ବିରୋଧରେ ବୁଧବାର ଦିନ ମହିଳା କମିଶନଙ୍କ ନିକଟରେ ଫେରାଦ ହୋଇଥିବା ଯୁବତୀ ଆଜି ପୁଣି ବଡବିଲ ଥାନାରେ ବିଧିବଦ୍ଧଭାବେ ଲିଖିତ ଏତଲା ଦାୟର କରିଛନ୍ତି । ଗତକାଲି ମହିଳା କମିଶନଙ୍କ ନିକଟରେ ଯୋଉଁ ସବୁ ଅଭିଯୋଗ କରିଥିଲେ । ଏତଲାରେ ସମାନ ଅଭିଯୋଗ ରହିଛି । ଦୁଇଦୁଇ ଜଣ ଯୁବତୀ ଅସଦାଚରଣ ଅଭିଯୋଗ ଆଣିବାପରେ ଜେଲ୍ ବିଭାଗ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହିସାବରେ ଚିନ୍ମୟ ପାତ୍ରଙ୍କୁ ଭଦ୍ରକରୁ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁରକୁ ବଦଳି କରିଛନ୍ତି । ଆଜି ବଡବିଲ ଥାନାରେ ଅଭିଯୋଗ କରିଥିବା ଯୁବତୀ ଏହି ବଦଳି ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହା ଯଥେଷ୍ଟ ଦଣ୍ଡ ନୁହେଁ । ତାଙ୍କୁ ଚାକିରୀରୁ ବହିଷ୍କାର କରିବା କଥା । ସୂଚନାଯୋଗ୍ୟ ଯେ, ଗତ ରବିବାର ଦିନ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇର ଜଣେ ଯୁବତୀ ଭଦ୍ରକ ଥାନାରେ ଜେଲର ଚିନ୍ମୟଙ୍କ ବିରୋଧରେ ଅସଦାଚରଣ, ଠକେଇ ଓ ବ୍ଲାକମେଲିଂର ଅଭିଯୋଗ ଆଣିଥିଲେ । ଗତକାଲି ବଡବିଲର ଯୁବତୀ ମଧ୍ୟ ମହିଳା କମିଶନରେ ଅସଦାଚରଣର ଅଭିଯୋଗ ଆଣିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.