Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ତବଲିଗି ଜମାତର ୩୮ ବିଦେଶୀଙ୍କ ବିରୁଦ୍ଧରେ ମାମଲା ରୁଜୁ, କ୍ଵାରେଣ୍ଟାଇନ ପରେ ସିଧା ଜେଲ୍, ଜାମିନ ମିଳିବା ମୁସ୍କିଲ

10/04/2020 at 5:43 PM

ରାଞ୍ଚି ୧୦।୦୪: ଝାଡଖଣ୍ଡରେ ନିଜାମୁଦ୍ଦିନର ମରକଜ ତବଲିଗି ଜମାତ ସହ ଜଡିତ ୩୮ ବିଦେଶୀ ନାଗରିକ ଏବଂ ୫ ଭାରତୀୟ ନାଗରିକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ସବୁ ବିଦେଶୀ ତବଲିଗି ଟୁରିଷ୍ଟ ଭିସାରେ ଧାର୍ମିକ ସମାରୋହରେ ଯୋଗ  ଦେଇଥିଲେ। ଏମାନଙ୍କ ବିରୋଧରେ ଭିସା ନିୟମ ଉଲ୍ଲଂଘନ,  ଜାତୀୟ ବିପର୍ଯ୍ୟୟ ପ୍ରବନ୍ଧନ ଅଧିନିୟମ ଆଧାରରେ ମହାମାରୀ ନିୟମର ଉଲ୍ଲଂଘନ କରିବା, ଲକଡାଉନ ନିୟମ ପାଳନ ନକରିବା ଆଧାରରେ ମାମଲା ରୁଜୁ କରାଯାଇଛି।

ସୂଚନା ଅନୁଯାୟୀ ,ସେମାନଙ୍କ ବିରୁଦ୍ଧରେ ଲଗାଯାଇଥିବା ଧାରା ଅନୁଯାୟୀ ସେମାନଙ୍କୁ  ଜାମିନ ମିଳିବା ମୁସ୍କିଲ।  ତେଣୁ ଏହି ବିଦେଶୀ ତବଲିଗି ଏବେ ନିଜ ଦେଶକୁ ଫେରି ପାରିବେ ନାହିଁ। କ୍ୱାରେନଟାଇନ ଅବଧି ସରିବା ପରେ ସମସ୍ତଙ୍କୁ ଜେଲ୍ ଯିବାକୁ ପଡିବ।

ପୋଲିସ୍ ଅନୁଯାୟୀ ତବଲିଗି ଜମାତ ସହ ଜଡିତ ଯେଉଁ ବିଦେଶୀ ମୌଲବୀଙ୍କ ଉପରେ ମାମଲା ରୁଜ ହୋଇଛି, ସେମାନଙ୍କ ମଧ୍ୟରେ  ୧୭ ବିଦେଶୀ ନାଗରିକଓ ଜଣେ ଭାରତୀୟଙ୍କ ବିରୋଧରେ ରାଞ୍ଚିର ହିନ୍ଦପିଢି ଥାନାରେ, ଜାସସେଦପୁରର ମୁସାବନି ଥାନାରେ ୧୧ ବିଦେଶୀ ନାଗରିକ ତଥା ଧନବାଦର ଗୋବିନ୍ଦପୁର ଥାନାରେ ୧୦ ବିଦେଶୀ ସହିତ ୧୪  ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ରାଞ୍ଚିର ବିଭିନ୍ନ ଇଲାକାର  ମସଜିଦରୁ ଧରା ପଡିଥିବା ସମସ୍ତ ବିଦେଶୀ ନାଗରିକଙ୍କୁ ସଂପ୍ରତି ଖେଲଗାଓଁ ସ୍ଥିତ କ୍ୱାରେନଟାଇନ କେନ୍ଦ୍ରରେ ରଖାଯାଇଛି। ଜଣେ ସଂକ୍ରମିତ ମହିଳା ରିମ୍ସର ଆଇସୋଲେସନ ଓ୍ଵାର୍ଡରେ ଚିକିତ୍ସାଧୀନ ଅଛନ୍ତି ।ଅନ୍ୟପଟେ ଜାମସେଦପୁରରେ ଧରା ପଡିଥିବା ବିଦେଶୀ ନାଗରିକଙ୍କୁ ପୋଲିସ୍ ପ୍ରଶିକ୍ଷଣ କେନ୍ଦ୍ରରେ ରଖାଯାଇଛି।

ରୁଜୁ ହୋଇଥିବା ମାମଲାରେ ଉଲ୍ଲେଖ ରହିଛି ଯେ, ଏହି ସବୁ ବିଦେଶୀ ନାଗରିକ ଟୁରିଷ୍ଟ ଭିସାରେ ଭାରତରେ ପ୍ରବେଶ କରିଥିଲେ ଏବଂ ଧାର୍ମିକ ନିୟମର ଉଲ୍ଲଂଘନ କରିଥିଲେ। ଏହି ସବୁ ବିଦେଶୀ ନୂଆଦିଲ୍ଲୀର ନିଜାମୁଦ୍ଦିନରେ ଆୟୋଜିତ ମରକଜରେ ମଧ୍ୟ ସାମିଲ ହେବା ପରେ  ସେଠାରୁ ରାଜ୍ୟର ବିଭିନ୍ନ ଇଲାକାରେ ଥିବା ମସଜିଦକୁ ପହଞ୍ଚିଥିଲେ। ଏମାନେ ଲକଡାଉନ ସମୟରେ କରୋନା ଭାଇରସ୍ ସଂକ୍ରମଣ ପ୍ରସାର କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ ।

ଉଲ୍ଲେଖନୀୟ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପର୍ଯ୍ୟଟକ ଭିସାରେ ତବଲିଗି ଗତିବିଧିରେ ଲିପ୍ତ ୯୬୦ ବିଦେଶୀଙ୍କୁ କଳାତାଲିକା ଭୁକ୍ତ କରି ସାରିଛି । ଏହା ସହିତ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦେଇଥିଲା । ଏହା ସହିତ ସେମାନଙ୍କର ଭାରତୀୟ ଭିସା ରଦ୍ଦ କରିଥିଲା ।

   Related Posts