ଜୋତା ପିନ୍ଧି ମହାପ୍ରସାଦ ସେବନ ଘଟଣା : ୨ ସୁରକ୍ଷାକର୍ମୀଙ୍କ ନାଁରେ ସିଂହଦ୍ବାରା ଥାନାରେ ଏତଲା
14/12/2020 at 2:18 PM

ପୁରୀ ୧୪।୧୨: ଜୋତା ପିନ୍ଧି ଦୁଇ ଜଣ ସୁରକ୍ଷାକର୍ମୀ ଚେୟାର ଉପରେ ବସି ମହାପ୍ରସାଦ ସେବନ କରିବା ଘଟଣାରେ ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି । ମହାପ୍ରସାଦ ପ୍ରତି ଅବମାନନା କରିଥିବା ଅଭିଯୋଗରେ ଏହି ଏତଲା ଦିଆଯାଇଥିବା ବେଳେ ଉଭୟ ସୁରକ୍ଷାକର୍ମୀଙ୍କ ଗିରଫ ଦାବି କରିଛି ଭକ୍ତ ପରିଷଦ । ୭ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଭକ୍ତ ପରିଷଦର କର୍ମକର୍ତ୍ତାମାନେ ଏସପିଙ୍କୁ ସାକ୍ଷାତ କରି ଅଭିଯୋଗ କରିବେ ବୋଲି କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଗତ ୧୨ ତାରିଖରେ ଦୁଇ ଜଣ ସୁରକ୍ଷାକର୍ମୀ ଜୋତା ପିନ୍ଧି ଚେୟାର ଉପରେ ବସି ମହାପ୍ରସାଦ ସେବନ କରୁଥିବାର ଭିଜୁଆଲ ଭାଇରାଲ୍ ହୋଇଥିଲା ।
Related Posts
ଅପେକ୍ଷାର ଅନ୍ତ, କାଲିଠୁ ଖୋଲିବ ଘଟଗାଁ ମା ତାରିଣୀ ମନ୍ଦିର
17 January 2021