ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଘରକୁ ଡାକି ଶିକ୍ଷକଙ୍କ ଅସଦାଚରଣ ଘଟଣା : ଶିକ୍ଷକ ଏବଂ ଗ୍ରାମବାସୀଙ୍କ ବିରୋଧରେ ପୃଥକ ପୃଥକ ମାମଲା ରୁଜୁ କଲା ପୋଲିସ

Published By : Prameya-News7 Bureau | August 27, 2019 IST

ମାଲକାନଗିରି ୨୭|୮: ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଶିକ୍ଷକଙ୍କୁ ମହଙ୍ଗା ପଡିଛି । ସ୍କୁଲ ପରିସରରେ ନିର୍ଧୁମ ଛେଚା ଖାଇଲେ ଶିକ୍ଷକ । ଗାଁ ଲୋକେ ଶିକ୍ଷକଙ୍କୁ ଗୋଡାଇ ଗୋଡାଇ ପିଟିଛନ୍ତି । ପିଟିବା ସହ ସ୍କୁଲ ଗେଟ୍ ରେ ଦିନ ସାରା ବାନ୍ଧି ରଖିଥିଲେ । ପୋଲିସ ଆଜି ସଂପୃକ୍ତ ଶିକ୍ଷକ ଏବଂ ଗ୍ରାମବାସୀଙ୍କ ବିରୋଧରେ ମାମଲା ରୁଜୁ କଲା ପୋଲିସ ।

{"id":149526}

ମାଲକାନଗିରି ଜିଲ୍ଲା କତାମାଟେରୁ ଆଶ୍ରମ ବିଦ୍ୟାଳୟର ଏଭଳି ଘଟଣା ଦେଖିବାକୁ ମିଳିଛି । ବିଦ୍ୟାଳୟର ଜଣେ ଷ୍ଠଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଖାତା ଦେଖିବା ଆଳରେ ଛାତ୍ରୀଙ୍କୁ ନିଜ ବାସ ଭବନକୁ ଡାକି ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା ।

{"id":149527}

କେବଳ ଏତିକି ନୁହେଁ ଗତକାଲି ମଧ୍ୟ ସଂପୃକ୍ତ ଶିକ୍ଷକ ପୁଣି ଥରେ ଛାତ୍ରୀଙ୍କୁ ବିଦ୍ୟାଳୟର ପମ୍ପ ହାଉସ ଭିତରେ ଅସଦାଚରଣ କରିଥିଲେ । ଏହି କଥା ଗାଁ ଲୋକେ ଜାଣିବା ପରେ ସ୍କୁଲ ପରିସରରେ ପଶି ଶିକ୍ଷକଙ୍କୁ ମାଡ ମାରିଥିଲେ । ପରେ ପୋଲିସ ଖବର ପାଇ ଶିକ୍ଷକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା । ଗାଁ ଲୋକଙ୍କ ଏତଲା ଆଧାରରେ ଶିକ୍ଷକଙ୍କ ନାମରେ ମାମଲା ରୁଜୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.