Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

କୋଭିଡ୍ ଡ୍ୟୁଟିରେ ଥିବା ଡାକ୍ତରମାନଙ୍କୁ ସୈତାନ ଏବଂ ଚୋର କହିଲେ ହାସ୍ୟ ଅଭିନେତା ସୁନୀଲ ପାଲ୍, ଏଫଆଇଆର ରୁଜୁ କଲା ପୋଲିସ

6/05/2021 at 7:42 PM

ମୁମ୍ବାଇ ୬।୫: ହାସ୍ୟ ଅଭିନେତା ସୁନୀଲ ପାଲଙ୍କ ବିରୋଧରେ କରୋନା ପରିଚାଳନା ଏବଂ ରୋଗୀଙ୍କ ପାଇଁ ନିୟୋଜିତ ଡାକ୍ତରଙ୍କ ବିରୋଧରେ ଅପମାନଜନକ ମନ୍ତରବ୍ୟ ପାଇଁ ଏଫଆଇଆର ଦାଖଲ ହୋଇଛି । ଜଣେ ଅଧିକାରୀ ବୁଧବାର ଦିନ ଏହି ସୂଚନା ଦେଇଛନ୍ତି । ଅଧିକାରୀ ଜଣଙ୍କ କହିଛନ୍ତି ଯେ, ଆସୋସିଏସନ ଅଫ୍ ମେଡିକାଲ କନ୍ସଲଟାଣ୍ଟର ମୁଖ୍ୟ ଡାକ୍ତର ସୁସ୍ମିତା ଭଟ୍ଟନାଗରଙ୍କ ଅଭିଯୋଗକୁ ଭିତ୍ତି କରି ଅନ୍ଧେରୀ ପୋଲିସ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି ।

ଅଭିଯୋଗ ଅନୁଯାୟୀ, ସୁନୀଲ ପାଲ ଏକ ମନୋରଞ୍ଜନ ଚ୍ୟାତନେଲରେ ଏକ ଶୋ ଚାଲିଥିବା ବେଳେ ଡାକ୍ତରଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ । ପୋଲିସକୁ ଡାକ୍ତର ଭଟ୍ଟନାଗର କହିଛନ୍ତି ଯେ, ଗତ ମାସରେ ସେ ସୋସିଆଲ ମିଡିଆରେ ଏକ ଭିଡିଓ ଦେଖିଥିଲେ, ଯେଉଁଥିରେ ସୁନୀଲ ପାଲ ଡାକ୍ତରଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଉଥିବାର ନଜର ଆସିଥିଲେ । ଫ୍ରଣ୍ଟଲାଇନ କରୋନା ଯୋଦ୍ଧାଙ୍କ ବିରୋଧରେ ମଧ୍ୟ ଅପମାନଜନକ ଡାକ୍ମନ୍ତବ୍ୟ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଭିଡିଓରେ ସୁନୀଲ ପାଲ କହୁଥିଲେ, ‘ଡାକ୍ତରମାନେ ଭଗବାନଙ୍କ ରୂପ, କିନ୍ତୁ ୯୦ ପ୍ରତିଶତ ଡାକ୍ତର ମନ୍ଦ ରୂପ ନେଇଛନ୍ତି ଏବଂ ସେମାନେ ଛଳନା କରୁଛନ୍ତି ।’

ଗରିବ ଲୋକଙ୍କୁ କୋଭିଡ ନାଁରେ ଦିନରାତି ଭୟଭୀତ କରୁଛନ୍ତି । ସେମାନଙ୍କୁ ବେଡ୍, ପ୍ଲାଜମା, ଔଷଧ ଆଦି ନାହିଁ ବୋଲି କହୁଛନ୍ତି । ସେ ଆହୁରି କହିଛନ୍ତି ଯେ, କହିଛନ୍ତି ଯେ ଡାକ୍ତରମାନେ ଠକ ଏବଂ ସୈତାନ । ସେମାନେ ଲୋକଙ୍କଠାରୁ ଅଧିକ ଫି’ ନେଇ ଲୋକଙ୍କୁ ଲୁଟୁଛନ୍ତି । ମୁଁ ଏହା ମଧ୍ୟ ଶୁଣିଛି ଯେ, ସେମାନେ ରୋଗୀଙ୍କ ଶରୀରରୁ ଅଙ୍ଗ ଚୋରି କରିବା ସହ ହତ୍ୟା କରୁଛନ୍ତି । ଏପରିକି ଯେଉଁମାନେ କୋଭିଡ୍ ନୁହଁନ୍ତି ସେମାନଙ୍କୁ ମିଥ୍ୟା ପଜିଟିଭ୍ ରିପୋର୍ଟ ଦେଉଛନ୍ତି । ସେପଟେ ପୋଲିସ ଅଧିକାରୀ କହିଛନ୍ତି ଅଭିଯୋଗ ଆଧାରରେ ତଦନ୍ତ କରାଯାଉଛି ।

   Related Posts