ବିଜେପି ନେତ୍ରୀଙ୍କ ନାମରେ ଥାନାରେ ମାମଲା, ବାଲି ଲିଜ୍‌ ବନ୍ଦ କରିବାକୁ ଶତାଧିକ ଲୋକଙ୍କୁ କରିଥିଲେ ଏକତ୍ରିତ

Published By : Prameya-News7 Bureau | June 08, 2021 IST

ଚଣ୍ଡିଖୋଲ, ୦୮/୦୬: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନ ଉତ୍ତର ପ୍ରତାପ ପଂଚାୟତ ଠାରେ ଥିବା ଲିଜ ବାଲି ଘାଟକୁ ଶତାଧିକ ଲୋକେ ବିରୋଧ କରିଥିବା ଜଣାପଡ଼ିଛି । ସେମାନଙ୍କ ସହ ସାମିଲ ହୋଇ ଧର୍ମଶାଳା ବିଜେପି ନେତ୍ରୀ ସ୍ମୃତିରେଖା ପହି ମଧ୍ୟ ବିରୋଧ କରିଥିଲେ । ବାଲିଘାଟ ଯୋଗୁ ସ୍ଥାନୀୟ ଅଂଚଳରେ ବିଭିନ୍ନ ସମସ୍ୟା ଦେଖା ଯାଉଛି ବୋଲି ଅଭିଯୋଗ କରିଛନ୍ତି ମହିଳା ନେତ୍ରୀ ।

କରୋନା ମହାମାରୀ ସମୟରେ ଶତାଧିକ ଲୋକ ଏକଜୁଟ ହେବା କରୋନା କଟକଣାକୁ ଉଲଘଂନ କରିବା ସହିତ ସମାନ । ପ୍ରଶାସନ ପକ୍ଷରୁ ଲିଜ ଘାଟକୁ ରାଜନୈତିକ ଅଭିଶନ୍ଧି ରଖି ବିରୋଧ କରାଯାଉ ଥିବାରୁ ଧର୍ମଶାଳା ତହସିଲଦାରଙ୍କ ପାଖରେ ଲିଖିତ ଅଭିଯୋଗ ପରେ ଧର୍ମଶାଳା ଥାନାରେ ବିଜେପି ନେତ୍ରୀଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି ଲିଜଧାରୀ ।

ସରକାରଙ୍କ ପକ୍ଷରୁ ସମସ୍ତ କାଗଜ ପତ୍ର ଯାଞ୍ଚ କରାଯାଇ ପ୍ରଶାସନ ପକ୍ଷରୁ ଲିଜ ପାଇଁ ଅନୁମତି ମିଳିଥିବା ବେଳେ ବିଜେପି ନେତ୍ରୀ ଜାଣିଶୁଣି ଶତାଧିକ ଲୋକଙ୍କୁ ଏକଜୁଟ କରି ବାଲିଘାଟକୁ ବନ୍ଦକରିବା ସହ କର୍ମଚାରୀଙ୍କୁ ଗାଳିଗୁଲଜ କରିଥିବା ଲିଜ ଧାରୀ ଅଭିଯୋଗ କରିଛନ୍ତି । ବାଲିଘାଟରେ ପୋଲିସ ଫୋର୍ସ ମୃତୟନ ହୋଇଥିବା ବେଳେ ପୋଲିସ ଏ ନେଇ ଘଟଣାର ଅଧିକ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.