Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଙ୍କୀ : ଶୌଚ ପାଇଁ ଯିବାବେଳେ କଚାଡି ଦେଲା ଦନ୍ତା, ଜଣେ ଗୁରୁତର
  • ||
  • ଭୁବନ : ୨ ଦିନ ପାଇଁ କଲେଜ ସଟ୍‌ଡାଉନ୍, କରୋନା ସଂକ୍ରମିତ ଚିହ୍ନଟ ପରେ ପଦକ୍ଷେପ‌
  • ||
  • ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ, ୧୯୩୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଢ଼ି ଚାଲିଛି କରୋନା ସଂକ୍ରମଣ, ମହାରାଷ୍ଟ୍ରରେ ଆଜିଠାରୁ ମେ ପହିଲା ପର୍ଯ୍ୟନ୍ତ ୧୪୪ ଧାରା
  • ||
  • ଜଗତସିଂହପୁର : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି : ମା ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା, ନୀତି ସମ୍ପନ୍ନ କରିବେ ସେବାୟତ
  • ||
  • ବାରଙ୍ଗ : ନନ୍ଦନକାନନକୁ ନୂଆ ଅତିଥି, ଦ୍ୱିତୀୟ ଥର ପାଇଁ ମା ହେଲା ବାଘୁଣୀ ମେଘା
  • ||
  • ୨ହଜାର ଟପିଲା ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୨୬୭ ପଜିଟିଭ୍ ଚିହ୍ନଟ
  • ||

ମହିଳା ସମିତି ସଭ୍ୟାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାଁରେ ମାମଲା ରୁଜୁ

5/03/2021 at 12:16 PM

ନୀଳଗିରି ୫।୩: ମହିଳା ସମିତି ସଭ୍ୟାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ନୀଳଗିରି ବିଜେଡି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ ଓ ପୂର୍ବତନ ପ୍ରଧାନ ଶିକ୍ଷକ ସୁରେଶ ଦାସଙ୍କ ନାଁରେ ନୀଳଗିରି ଥାନାରେ ମାମଲା ରୁଜୁ ହୋଇଛି । ନୀଳଗିରି ଥାନାରେ ଆଉ ଦୁଇଟି ମାମଲା ମଧ୍ୟ ରୁଜୁ ହୋଇଥିବା ଜଣାପଡିଛି ।

ନୀଳଗିରି ବ୍ଲକ୍ ଅଧିନ ଧୋବଶିଳା ପଞ୍ଚାୟତର ସମିତିସଭ୍ୟା ଜୟନ୍ତୀ ମଲ୍ଲିକ ଗତ ୧ ତାରିଖ ଦିନ ବ୍ଲକ ବିଡ଼ିଓଙ୍କ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ନେଇ ଆଲୋଚନା କରୁଥିଲେ । ଗାଁର କିଛି ଲୋକ ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ ନୀଳଗିରି ବିଜେଡି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ ଓ ଧୋବଶିଳା ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁରେଶ ଦାସ ବିଡ଼ିଓଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ଏହାପରେ ସମିତି ସଭ୍ୟାଙ୍କୁ ସେମାନେ କଟୁ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । ଏପରିକି ପଞ୍ଚାୟତରେ ହରିଲୁଟ କରୁଛ ବୋଲି କହିବା ସହ ଟଣାଓଟରା କରି ତମକୁ ଚପଲ ମାଡ଼ ମାରିବା ଦରକାର ବୋଲି କହିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଗତ ୨ ତାରିଖ ଦିନ ସେ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଥାନା ଅଧିକାରୀ ମାମଲା ରୁଜୁ କରିନଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ଗୁରୁବାର ଘଟଣାକୁ ନେଇ ଏସପିଙ୍କ ଦ୍ଵାରସ୍ଥ ହେବା ନେଇ ଚେତାବନୀ ଦେବା ପରେ ଧାରା ୩୪୧, ୨୯୪, ୩୫୪ ବି, ୫୦୬/୩୪ ଅନୁସାରେ ୬୬ ନମ୍ବର ମାମଲା ରୁଜୁ ହୋଇଥିବା ଜଣାପଡିଛି ।

ସେହିପରି ଧୋବଶିଳା ଗ୍ରାମର ଗୋପାଳ ସିଂ ସମିତିସଭ୍ୟା ଜୟନ୍ତୀ ମଲ୍ଲିକ ଓ ସ୍ବାମୀ ଲଷ୍ମୀଧରଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ୩୪୧,୨୯୪,୫୦୬,୩୪ ଧାରାରେ ୬୭ ନମ୍ବର ମାମଲା ରୁଜୁ ହୋଇଛି । ସେହିପରି ଲମ୍ବୋଧର ମଲ୍ଲିକ ଗୋପାଳ ସିଂ ଓ ସୁରେଶ ଦାସଙ୍କ ନାମରେ ମାରପିଟ, ଗାଳିଗୁଲଜ ନେଇ ଅଭିଯୋଗ କରିଛନ୍ତି ।ଏନେଇ ୩୪୧, ୩୨୩, ୨୯୪, ୫୦୬, ୩୪ ଆଧାରରେ ୬୮ ନମ୍ବର ମାମଲା ରୁଜୁ ହୋଇଥିବା ଜଣାପଡିଛି । ତେବେ ତିନିତିନୋଟି ମାମଲା ରୁଜୁ ପରେ ପଞ୍ଚାୟତରେ ଚାପା ଉତ୍ତେଜନା ଦେଖାଦେଇଛି । ତେବେ ଏଭଳି ଅଭିଯୋଗକୁ ବିଜେଡି ପ୍ରାର୍ଥୀ ସନ୍ତୋଷ ଖଟୁଆ ଖଣ୍ଡନ କରିଛନ୍ତି । ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରାଯାଉଛି ବୋଲି ସେ କହିଛନ୍ତି ।

   Related Posts