ସଂଗରୋଧ କେନ୍ଦ୍ରରେ ପ୍ରବାସୀଙ୍କ ବାସି ଖାଦ୍ୟ ଭିଡିଓ ଭାଇରାଲ୍ ଘଟଣା : ତଦନ୍ତ ପରେ ୫ ପ୍ରବାସୀଙ୍କ ବିରୋଧରେ ମାମଲା

Published By : Prameya-News7 Bureau | May 23, 2020 IST

ସୋର ୨୩।୫: ବାଲେଶ୍ବର ଜିଲ୍ଲା ଅନନ୍ତପୁର ପଞ୍ଚାୟତର ସାରସ୍ବତ ମହାବିଦ୍ୟାଳୟରେ ସ୍ଥାପନ ସଂଗରୋଧ କେନ୍ଦ୍ରର ଏକ ଭିଡିଓରେ ପ୍ରବାସୀମାନେ ବାସିଖାଦ୍ୟ, ମୁଢି ଚିନି ଦେଉଥିବାର ଅଭିଯୋଗ କରି ଏକ ଭିଡିଓ ଭାଇରାଲ କରିଥିଲେ । ରୋଗୀଙ୍କୁ ମଧ୍ୟ ମୁଢି ଦେଉଥିବାର ଭାଇରାଲ୍ ଭିଡିଓରେ ପ୍ରକାଶ କରିଥିଲେ । ଘଟଣାକୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ସରପଞ୍ଚ ଓ ପ୍ରଶାସନ କରିବାରୁ ଜିଲ୍ଲାପାଳ ଏହାର ତଦନ୍ତ କରିବାକୁ ତିନି ଜଣିଆ କମିଟିକୁ ନିର୍ଦ୍ଦେଶ ଦେଇଥିଲେ ।

{"id":274665,"sizeSlug":"large"}

ସୋର ଥାନା ଆଇଆଇସି ବହ୍ଲଭ ସାହୁ, ତହସିଲଦାର ଅଶୋକ ଦାସ ଓ ବିଡିଓ ସୁଶାନ୍ତ ବାରିକ ତଦନ୍ତ କରିଥିଲେ । ଯେଉଁଥିରେ ପ୍ରବାସୀମାନେ ମଦ ପିଇ ବିଶୃଙ୍ଖଳା ସୃଷ୍ଟି କରିଥିବାର ଅଭିଯୋଗ କରିଥିଲେ । ସରପଞ୍ଚ ବିଶ୍ବନାଥ ବହେରାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ପ୍ରବାସୀଙ୍କୁ ସାରସ୍ବତ ମହାବିଦ୍ୟାଳୟ ସଂଗରୋଧ ଗୃହରୁ ଅନ୍ୟତ୍ରକୁ ସ୍ଥାନାନ୍ତର କରାଯାଇଥିବାର ବିଡିଓ ସୂଚନା ଦେଇଛନ୍ତି । ଅଭିଯୁକ୍ତ ପ୍ରବାସୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା ସୋର ଡାକ୍ତରଖାନାରେ କରାଯାଇଛି। ଏଠାରେ ଅଭିଯୁକ୍ତମାନେ ମଦ ପିଉଥିବାର ସ୍ବୀକାର କରୁଥିବା ଭିଡିଓ ଭାଇରାଲ୍ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.