ସାସଂଦ ଅନୁଭବ ମହାନ୍ତିଙ୍କ ନାମରେ ଏତଲା
22/10/2019 at 5:02 PM

କଟକ – ସାସଂଦ ଅନୁଭବ ମହାନ୍ତିଙ୍କ ନାମରେ ତାଙ୍କର ପଡୋଶୀ ମନ୍ଜିତ୍ ଦାସ୍ ଥାନାରେ ଏତଲା ରୁଜୁ କରିଛନ୍ତି । ଗତମାସ ୩୦ ତାରିଖରେ ମନ୍ଜିତଙ୍କ ନାମରେ ସାସଂଦ ଅନୁଭବ ମହାନ୍ତି ଏତଲା ରୁଜୁ କରିଥିଲେ ।
ସୂଚନା ଯୋଗ୍ୟ କାର୍ ପାର୍କିଂ ଓ ଅନ୍ୟ ଘଟଣାକୁ ନେଇ ମନ୍ଜିତ୍ ଓ ଅନୁଭବଙ୍କ ମଧ୍ୟରେ ଝଗଡା ହୋଇଥିଲା । ସାଂସଦ ଅନୁଭବ ମହାନ୍ତିଙ୍କୁ ଦୁର୍ବ୍ୟବହାର ଘଟଣାରେ ପୁରୀଘାଟ ଥାନାରେ ମାମଲା ରୁଜୁ କରିଥିଲେ . ଛାତ୍ର ବିଜେଡି ରାଜ୍ୟ ଉପସଭାପତି ମନଜିତ୍ ଦାସଙ୍କ ନାଁରେ କଟକ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଅନୁଭବଙ୍କୁ ମନଜିତ୍ ଧମକଚମକ ଦେଇଥିବା ସେ ନିଜ ଅଭିଯୋଗରେ ଦର୍ଶାଇଥିଲେ । ଅନ୍ୟପଟେ ମନଜିତ ଦାସ କହିଥିଲେ ସେ ଦଳୀୟ ଫୋରମରେ ଅଭିଯୋଗ କରିବେ ପୋଲିସ ପାଖରେ ନୁହଁ।
ଟ୍ବିଟ୍, ଥାନା ବାବୁଙ୍କ ବିରୋଧରେ ଦୁର୍ବ୍ୟବାହାର. ତାପରେ ଭାଇରାଲ ଭିଡିଓ। ଧିରେ ଧିରେ ବିଜେଡିର ଦୁଇ ନେତାଙ୍କ ପାୱାର ସୋ। ଏମିତି କିଛି ଟର୍ଣ୍ଣ ନେଇଥିଲା ଅନୁଭବ ମହାନ୍ତିଙ୍କୁ ଦୁର୍ବ୍ୟବହାର ମାମଲା। ଅନୁଭବ ମହାନ୍ତି ପୁରୀଘାଟ ଥାନାରେ ଏତଲା ଦେବା ପରେ ମନଜିତ ଦାସ ଥାନାରେ ହାଜର ହୋଇଥିଲେ। ତେବେ ଏହି ସମୟରେ ସେ କହିଥିଲେ ଯେ ସେ ଅନୁଭବଙ୍କ ବିରୋଧରେ ଥାନାରେ ପାଲଟା ଏତଲା ଦେବେନି। କିନ୍ତୁ ଅନୁଭବଙ୍କ ନାଁରେ ଆଣିଥିଲେ କିଛି ସାଂଘାତିକ ଅଭିଯୋଗ। ଅନୁଭବଙ୍କୁ ରାଜନୀତି ଜଣାନାହିଁ। ଅଭିନେତାରୁ ରାଜନେତା ବନିଥିବା ଅନୁଭବଙ୍କର ଅହଙ୍କାର ବଢ଼ିଯାଇଛି ।ସେଥିପାଇଁ ତାଙ୍କର ଆଚରଣ ବି ବଦଳିଯାଇଛି । ସାଂସଦ ତିର ଭିଡିଓକୁ ଟ୍ବିଟରରେ ଅପଲୋଡ୍ କରି ପଛରେ ଏହାକୁ କାହିଁ କି ଡିଲିଟ କଲେ ବୋଲି ପ୍ରଶ୍ନ କରିଥିଲେ ମନଜିତ୍ ।