ଭଦ୍ରକ ପୁରୁଣା ବଜାର ପୁଲିସ ଓ ଜନତା ମୁହାଁ ମୁହିଁ ଘଟଣା- ଲୁଗା ଦୋକାନୀଙ୍କ ସହ ୩୦୦ ଲୋକଙ୍କ ନାମରେ ମାମଲା ରୁଜୁ

Published By : Prameya-News7 Bureau | September 18, 2019 IST

ଭଦ୍ରକ - ଭଦ୍ରକ ପୁରୁଣା ବଜାରରେ ପୁଲିସ ଓ ଜନତା ମୁହାଁ ମୁହିଁ ଘଟଣାରେ ଥାନା ଆଇଆଇସି ପ୍ରଜ୍ଞା ମହାନ୍ତିଙ୍କୁ ତତ୍‌କାଳ ବଦଳି କରାଯାଇଥିଲା । ଜଣେ ଏଏସ୍‌ଆଇ ଓ ଜଣ କନେଷ୍ଟବଳଙ୍କୁ ବି ନିଲମ୍ବିତ କରାଯାଇଥିଲା ।
ଏହାପରେ ପୁଲିସକୁ ଆକ୍ରମଣ କରିଥିବା ଓ ପୁଲିସ ଗାଡିକୁ ଗୋଇଠା ମାରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା।
ବଦଳି ହୋଇଥିବା ଥାନା ଆଇଆଇସି ପ୍ରଜ୍ଞା ମହାନ୍ତିଙ୍କ ଏତଲା କ୍ରମେ ଲୁଗା ଦୋକାନୀଙ୍କ ସମେତ ୩୦୦ ଲୋକଙ୍କ ନାମରେ ମାମଲା ରୁଜୁ ହୋଇଛି । ପୁରୁଣାବଜାର ଥାନାରେ କେଶ୍‌ ସଂଖ୍ୟା ୧୭୩/୨୦୧୯ରେ ଏଖ ମାମଲା ରୁଜୁ ହୋଇଛି। ଭାରତୀୟ ପିଙ୍ଗଳଧାରା ୩୦୭,୩୫୩, ୩୪୧,୫୦୬ ପରି ସଙ୍ଗୀନ ଦଫାରେ ମାମଲା ରୁଜୁ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.