ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଫେସବୁକରେ ଆପତ୍ତିଜନକ ପୋଷ୍ଟ : ମାମଲା ରୁଜ୍ଜୁ

Published By : Prameya-News7 Bureau | May 20, 2019 IST

ଆଗ୍ରା ୨୦/୫ : ଫେସବୁକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରାଯାଇଛି । ପୋଷ୍ଟକୁ ନେଇ ବିଜେପି କର୍ମୀ ଆକ୍ରୋଶ ବ୍ୟକ୍ତ କରିଛନ୍ତି । ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଗ୍ରା ଥାନାରେ ଏତଲା ଦିଆଯାଇଛି । ପୋଲିସ ମାମଲା ରୁଜ୍ଜୁ କରିଛି ।

ପୋଲିସ ଅନୁସାରେ, ଫେସବୁକରେ ଗୋଟିଏ ପାର୍ଟି ନାଁରେ ଗ୍ରୁପ ତିଆରି କରାଯାଇଛି । ଏହି ଗ୍ରୁପରେ ମୋନୁ ଖାନ୍ ନାମକ ଆଇଡିରୁ ଆପତ୍ତିଜନକ ପୋଷ୍ଟ କରାଯାଇଛି । ଏହାସହ ନାନା ମନ୍ତବ୍ୟ ମଧ୍ୟ ଦିଆଯାଇଥିଲା ।

ରବିବାର ଦିନ ବିଜେପି ଜିଲ୍ଲା ଉପାଧ୍ୟକ୍ଷ ରାଜକୁମାର ଶର୍ମା ଦଳର କାର୍ଯ୍ୟକର୍ତ୍ତାଙ୍କ ସହ ଥାନାରେ ପହଂଚିଥିଲେ । ପୋଷ୍ଟ ବିରୋଧରେ ସେ ମାମଲା ରୁଜ୍ଜୁ କରି ଶୀଘ୍ର ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ । ଥାନା ଅଧିକାରୀ କହିଛନ୍ତି ଯେ, ଧର୍ମେନ୍ଦ୍ର କୁମାର ନାମକ ଜଣେ ବ୍ୟକ୍ତି ଗ୍ରୁପ ତିଆରି କରିଛନ୍ତି । ଧର୍ମେନ୍ଦ୍ର କୁମାର ଏବଂ ମୋନୁ ଖାନଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି | ଫେସବୁକରୁ ଏହି ପୋଷ୍ଟକୁ ଡିଲିଟ କରିଦିଆଯାଇଛି | ଏ ସମ୍ପର୍କରେ ତଦନ୍ତ ଚାଲିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.