Sunday, September 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜଗନ୍ନାଥ ଓ ଗଜପତିଙ୍କୁ ଇସ୍କନ କେମିତି କରୁଛି ଅପମାନ ତାର ପ୍ରମାଣ ଲାଗିଲା ନ୍ୟୁଜ୭ ହାତରେ , ଇସ୍କନ ବିରୋଧରେ ବଢୁଛି ଅସନ୍ତୋଷ, ଦାୟର ହେଉଛି ମାମଲା ପରେ ମାମଲା…

ଭୁବନେଶ୍ବର୯|୯: ପ୍ରଥମେ ଅଦିନିଆ ରଥଯାତ୍ରା ପରେ ଶ୍ରୀଜଗନ୍ନାଥଙ୍କୁ ଅପମାନ । ଏବେ ଇସ୍କନ ଔଦ୍ଧତ୍ୟର ଆଉ ଏକ ସାଙ୍ଘାତିକ ତଥ୍ୟ ଲାଗିଛି ନ୍ୟୁଜ ସେଭେନ ହାତରେ । ଏବେ ଆମେ ଆପଣଙ୍କ ଆଗରେ ରଖୁଛୁ ୨ଟି ଚିଠି ।  ଏହି ଚିଠି ଏକଥା ସ୍ପଷ୍ଟ କରୁଛି ଇସ୍କନର ଅପମାନରୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜ ବି ବର୍ତ୍ତି ନାହାନ୍ତି । ଇସ୍କନର ଅଦିନିଆ ରଥଯାତ୍ରାକୁ ଖୋଦ ଗଜପତି ମହାରାଜ ଏବଂ ଶ୍ରୀମନ୍ଦିର ପ୍ରଶାସନ ବିରୋଧ କରିଛନ୍ତି । କିନ୍ତୁ ଇସ୍କନ ଏହାକୁ ଖାତିର ବି କରିନାହିଁ ।

୨୦୦୭ରେ ଇସ୍କନକୁ ଚିଠି ଲେଖିଥିଲା ଶ୍ରୀମନ୍ଦିର ପ୍ରଶାସନ । ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ଜଣାଇଥିଲା ।  ଏହା ପର ବର୍ଷ ୨୦୦୮ରେ ସ୍ବଂୟ ଗଜପତି ମହାରାଜ ଦିବ୍ୟ ସିଂହ ଦେବ ଇସ୍କନକୁ ଚିଠି ଲେଖିଲେ । ଶାସ୍ତ୍ର ଓ ନୀତିର ପୂରା ତଥ୍ୟ ବିସ୍ତୃତ ଭାବେ ଜଣାଇଥିଲେ । ଜଗନ୍ନାଥଙ୍କ ନୀତିକୁ ଉଲଂଘନ ନକରିବାକ ପରାମର୍ଶ ଦେଇଥିଲେ । ହେଲେ ଜଗନ୍ନାଥଙ୍କ ଆଦ୍ୟ ସେବକଙ୍କ ଏ ପତ୍ରକୁ ଫୁ କରିଦେଲା ଇସ୍କନ ।

ଇସ୍କନର ଏଭଳି କାର୍ଯ୍ୟ ସାରା ରାଜ୍ୟର ଜଗନ୍ନାଥପ୍ରେମୀଙ୍କୁ କ୍ଷୁବ୍ଧ କରିଛି । ଇସ୍କନ ଉପରେ ଲଗାମ ଲଗାଇବାକୁ ଦାବି ଜୋର୍ ଧରିବାରେ ଲାଗିଛି । କାର୍ଯ୍ୟାନୁଷ୍ଠାନ ଦାବିରେ ଥାନାରେ ବଢ଼ିବାରେଲା ଲାଗିଛି ଏତଲା ପରେ ଏତଲା। ଗତକାଲି ପୁରୀରେ ପୃଥକପୃଥକ ଦୁଇଟି ଓ ରାଉରକେଲା ଛେଣ୍ଡଥାନାରେ ଗୋଟିଏ ଏତଲା ରୁଜୁ ହୋଇଥିବା ବେଳେ ଆଜି ଭାରତୀୟ ଜନତା ପାର୍ଟି ଭୁବନେଶ୍ବର କ୍ୟାପିଟାଲ ଥାନାରେ ମାମଲା ଦାୟର କରିଛି ।

ସେହିଭଳି  କେଉଁଝର ତେଲକୋଇ ପ୍ରଗତିଶୀଳ ନାଗରିକ ମଞ୍ଚ ମଧ୍ୟ ଏତଲା ଦେଇଛି । ରାଜ୍ୟର ଅନ୍ୟ ଭାଗରେ ମଧ୍ୟ ପ୍ରତିବାଦ ହୋଇଛି । ସେପଟେ ଏବେ ବି ନଭେମ୍ବର ୧୭ରେ  ଲୁଧିଆନାରେ ରଥଯାତ୍ରା କରିବା ଜିଦରେ ରହିଛି ଇସ୍କନ ।  ଅନ୍ୟପକ୍ଷରେ,  ଭୁବନେଶ୍ବର ଇସ୍କନର କର୍ତ୍ତୃପକ୍ଷ ସବୁ ଜାଣି ବି ଚୁପ୍ ।

ଜଗନ୍ନାଥଙ୍କୁ ନେଇ ଲୁଧିଆନା ଇସ୍କନ ଅଧିକାରୀ କିଭଳି ଆପତ୍ତିଜନକ ମନ୍ତବ୍ୟ ରଖିଥିଲେ ତାହା ଆପଣଙ୍କ ସାମ୍ନାରେ ରଖିଥିଲା ନ୍ୟୁଜ୭ । ଆଜି ସାମ୍ନାକୁ ଆସିଥିବା ଏହି ୧୨ ବର୍ଷ ତଳ ଚିଠି ପ୍ରମାଣିତ କରୁଛି, ଇସ୍କନ ଜାଣିଶୁଣି ଏହି ପ୍ରସଙ୍ଗକୁ ଫାଙ୍କି ଚାଲିଛି ।

ଜଗନ୍ନାଥ ସଂସ୍କୃତିର ନିୟମ ବିରୋଧରେ ନିଜର ନିୟମ ଜାହିର କରୁଛି ।  ତେବେ ପ୍ରଶ୍ନ ଉଠୁଛି, ମହାପ୍ରଭୁ ଜଗନ୍ନାଥଙ୍କୁ  ଅପମାନ ଓ ଗଜପତି ମହାରାଜଙ୍କୁ ବେଖାତିର ସାଢେ ୪ କୋଟି ଓଡ଼ିଆଙ୍କୁ ଅପମାନ ନୁହେଁ କି? ଏ ଭଳି ସଂସ୍ଥା ବିରୋଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ?

204 Views

   ସମ୍ବନ୍ଧିତ ଖବର