ବାବା ରାମଦେବଙ୍କ ସହ ୫ଜଣଙ୍କ ବିରୋଧରେ ମାମଲା ରୁଜୁ : କରୋନାର ଭ୍ରମାତ୍ମକ ପ୍ରଚାର କରିଥିବା ଅଭିଯୋଗ

Published By : Prameya-News7 Bureau | June 27, 2020 IST

ଜୟପୁର ୨୭/୬: କରୋନା ଭାଇରସର ଔଷଧ ଲଞ୍ଚିଂ ପରରଠୁ ବାବା ରାମଦେବ ଏବଂ ତାଙ୍କ କମ୍ପାନୀ ପତଞ୍ଜଳୀ ପ୍ରଶ୍ନବାଚୀରେ ରହିଛି। କରୋନିଲ ଔଷଧକୁ ନେଇ ଏବେ ବାବା ରାମଦେବ ଏବଂ ଅନ୍ୟ ୪ଜଣଙ୍କ ବିରୋଧରେ ରାଜସ୍ଥାନର ରାଜଧାନୀ ଜୟପୁରରେ ମାମଲା ରୁଜୁ କରାଯାଇଛି। କରୋନା ଭାଇରସ୍ ଔଷଧ ଭାବେ କରୋନିଲକୁ ନେଇ ଭ୍ରମାତ୍ମକ ପ୍ରଚାର ଅଭିଯୋଗରେ ଏହି ମାମଲା ରୁଜୁ କରାଯାଇଛି।

ଜୟପୁରର ଜ୍ୟୋତିନଗର ଥାନାରେ ଶୁକ୍ରବାର ଏହି ମାମଲା ରୁଜୁ କରାଯାଇଛି। ଯୋଗଗୁରୁ ରାମଦେବ ଏବଂ ବାଳକୃଷ୍ଣଙ୍କ ବ୍ୟତୀତ ଅନୁରାଗ ବାର୍ଷ୍ଣୟ,ନିମ୍ସର ଅଧ୍ୟକ୍ଷ ଡା. ବଲବୀର ସିଂହ ତୋମର ଏବଂ ନିର୍ଦେଶକ ଡା. ଅନୁରାଗ ତୋମରଙ୍କୁ ଅଭିଯୁକ୍ତ କୁହାଯାଇଛି। ଆଇପିସିର ଧାରା ୪୨୦ ସହ ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି।

ପତଞ୍ଜଳି ଜୟପୁର ନିମ୍ସରେ କରୋନା ଔଷଧର ପରୀକ୍ଷା କରିବାକୁ ଦାବି କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.