ମୁମ୍ବାଇ ୧୯/୦୧ : ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହୋଇଥିବା ସୈଫ୍ ଅଲି ଖାନଙ୍କ ତାଣ୍ଡବକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଆମାଜନ ପ୍ରାଇମର ଆଉ ଏକ ୱେବ ସିରିଜ ବିବାଦ ଘେରକୁ ଟାଣି ହୋଇ ଯାଇଛି। ଗତ ବର୍ଷ ରିଲିଜ ହୋଇଥିବା 'ମିର୍ଜାପୁର' ପୁଣି ବିବାଦ ଘେରକୁ ଟାଣି ହୋଇଥିବା ନଜର ଆସିଛି। ମିର୍ଜାପୁର ୱେବ୍ ସିରିଜକୁ ନେଇ ମାମଲା ରୁଜ୍ଜୁ ହୋଇଛି। ଆମାଜନ ପ୍ରାଇମରେ ମିର୍ଜାପୁରର ଦୁଇଟି ସିଜନ ରିଲିଜ ହୋଇଛି। ନିକଟରେ ଏହି ୱେବ୍ ସିରିଜ୍ ବିରୋଧରେ ମାମଲା ରୁଜ୍ଜୁ ହୋଇଛି।
{"id":394753,"sizeSlug":"large","linkDestination":"none"}ଉତ୍ତର ପ୍ରଦେଶ ମିର୍ଜାପୁରରେ ମିର୍ଜାପୁର ନିର୍ମାତାଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି। ୱେବ୍ ସିରିଜରେ ମିର୍ଜାପୁରର ଛବି ଖରାପ କରାଯାଇଥିବା ଅଭିଯୋଗ ହୋଇଛି। ରିପୋର୍ଟ ଅନୁଯାୟୀ, ଚିଲବିଲିୟା ଭୁଇଲି ବାସିନ୍ଦା ଅରବିନ୍ଦ ଚତୁର୍ବେଦୀ ମିର୍ଜାପୁର ୱେବ୍ ସିରିଜ୍ ଓ ଏହାର ନିର୍ମାତାଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ନିର୍ମାତା ଫିଲ୍ମରେ ମିର୍ଜାପୁର ଛବିକୁ ଭୁଲ ଢଙ୍ଗରେ ପେଶ କରିଛନ୍ତି। ଏହି ୱେବ୍ ସିରିଜ୍ ତାଙ୍କ ଧାର୍ମିକ, କ୍ଷତ୍ରିୟ ଓ ସାମାଜିକ ଭାବନାକୁ ପକ୍ଷାଘାତ କରିଛି।
{"id":394756,"sizeSlug":"large","linkDestination":"none"}ତା'ଛଡା ୱେବ୍ ସିରିଜରେ ଅସଭ୍ୟ ଭାଷା ପ୍ରୟୋଗ ଓ ଅତ୍ୟଧିକ ଗାଳିଗୁଲଜ ତଥା ଅବୈଧ ସମ୍ବନ୍ଧ ମଧ୍ୟ ଦର୍ଶାଯାଇଛି ଯାହା ସମାଜକୁ ଭୁଲ ସନ୍ଦେଶ ଦେଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଅରବିନ୍ଦ ଚୌଧୁରୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜ୍ଜୁ କରାଯାଇଛି ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ ହୋଇଛି। ଏହା ପୂର୍ବରୁ ମଧ୍ୟ ମିର୍ଜାପୁର ସହ ଅନେକ ବିବାଦ ଯୋଡି ହୋଇରହିଛି। ଅକ୍ଟୋବର ରିଲିଜ ହୋଇଥିବା ୱେବ ସିରିଜର ଦ୍ୱିତୀୟ ସିଜନକୁ ବଏକଟ କରିବାକୁ ଦାବି ହୋଇଥିଲା।