ଅନଲାଇନ୍ କ୍ଲାସ୍ ବେଳେ ଅଶ୍ଳୀଳ ଭିଡିଓ ପୋଷ୍ଟ ଘଟଣା, ପ୍ରଧାନ ଶିକ୍ଷକଙ୍କ ନାଁରେ ମାମଲା ରୁଜୁ

Published By : Prameya-News7 Bureau | August 02, 2020 IST

କଟକ ୨।୮: ଅନଲାଇନ୍ କ୍ଲାସ୍ ବେଳେ ଅଶ୍ଳୀଳ ଭିଡିଓ ପୋଷ୍ଟ କରିବା ଘଟଣାରେ ଦରଘାବଜାର ଥାନାରେ ପ୍ରଧାନ ଶିକ୍ଷକଙ୍କ ନାମରେ ମାମଲା ରୁଜୁ ହୋଇଛି । ଆଇଟି ଓ ସାଇବର କ୍ରାଇମ୍ ଆକ୍ଟ ଅନୁଯାୟୀ ରୁଜୁ ହେଲା ମାମଲା । ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ଦରଘାବଜାର ଥାନା ପୋଲିସ । ଅଭିଯୋଗ ହୋଇଥିବା ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକ ନାମରେ ଦଫା ୨୯୨,୫୦୯ ଆଇପିସି ସମେତ ୬୭ ଆଇଟି ଆକ୍ଟରେ ମାମଲା ରୁଜୁ କରିଛି ପୋଲିସ । ଗତକାଲି ଏ ନେଇ ସରକାରୀ ହାଇସ୍କୁଲର ପରିଚାଳନା କମିଟି ପକ୍ଷରୁ ଦରଘାବଜାର ଥାନାରେ ହୋଇଥିଲା ମାମଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.