Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ଜବତ ବାଲିଗାଡ଼ିକୁ ଅଟକାଇବା ଘଟଣା : ଟ୍ରକ ମାଲିକଙ୍କ ନାଁରେ ଥାନାରେ ଅଭିଯୋଗ

10/10/2020 at 12:06 PM

ନୀଳଗିରି ୧୦।୧୦: ନୀଳଗିରି ତହସିଲ ଅଧିନ ମିତ୍ରପୁର ଅଞ୍ଚଳରେ ବାଲି ଗାଡିକୁ ଶୁକ୍ରବାର ଦିନ ତହସିଲଦାର ଜବତ କରିଥିଲେ। ଗାଡ଼ିକୁ ଜବତ କରିବା ପରେ କିଛି ମାଲିକ ଓ ଅଞ୍ଚଳବାସୀ ଗାଡିକୁ ଅଟକାଇ ତାଙ୍କୁ ନେବାକୁ ଦେଇନଥିଲେ। ତାଙ୍କୁ ୫ ଘଣ୍ଟା ଅଟକ ରଖିବା ସହ ଡ୍ରାଇଭରଙ୍କୁ ମାଡ଼ପିଟ୍‌ କରିଥିଲେ। ପୋଲିସ ଥାଇ ମଧ୍ୟ ଜବତ ବାଲି ଗାଡିକୁ ଆଣିନପାରିନଥିଲା । ଶେଷରେ ଘଟଣାକୁ ନେଇ ଟ୍ରକ ମାଲିକଙ୍କ ନାମରେ ତହସିଲଦାର ଲିଖିତ ଅଭିଯୋଗ କରିଛନ୍ତି।

ଖବର ଅନୁଯାୟୀ, ସୋନପୋଲ ନିକଟରେ କିଛି ଗଛିତ ବାଲିକୁ ୪ ଟି ଟ୍ରକ ଓ ଗୋଟିଏ ଲୋଡର ବାଲି ନେବାକୁ ଠିଆ ହୋଇଥିବା ଖବର ପାଇ ନୀଳଗିରି ତହସିଲଦାର ସ୍ଥାନୀୟ ଆରଆଇଙ୍କୁ ସଜାଗ ରହିବାକୁ ଗତକାଲି ଦିନ ଅଢେଇଟା ସମୟରେ କହିଥିଲେ। ସମସ୍ତ ଗାଡି ଯାଞ୍ଚ କରିବାକୁ ନିର୍ଦେଶ ଦେବାପରେ ସେ ନିଜେ ପହଁଯିବା କଥା କହିଥିଲେ। ଦିନ ୪ ଟା ସମୟରେ ଓଆର୧୬ସି-୮୬୯୭ ନମ୍ବର ବିଶିଷ୍ଟ ଏକ ଡ଼ମ୍ଫର ବାଲି ଵୋଝେଇ କରି ଆସୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ନୀଳଗିରି ତହସିଲଦାର ଅଶେଷ କୁମାର ନାୟକ ସ୍ଥାନୀୟ ଆରଆଇଙ୍କୁ ଗାଡି ଜବତ କରିବାକୁ ନିର୍ଦେଶ ଦେଇଥିଲେ। ଆରଆଇ ଡ୍ରାଇଭରଙ୍କୁ ପରମିଟ ଦେଖାଇବାକୁ କହିବା ପରେ ସେ ଦେଖାଇ ପାରିନଥିଲେ। ଗାଡ଼ି ଡ୍ରାଇଭର ମିତ୍ରପୁର ହସ୍ପିଟାଲ ସାମ୍ନାରେ ଟ୍ରକଟିକୁ ରଖିଦେଇଥିଲେ।

ସେହି ସମୟ ଭିତରେ ତହସିଲଦାର ପହଁଚିଥିଲେ। ଗାଡିଟିକୁ ଜବତ କରି ନୀଳଗିରି ଥାନାକୁ ଆଣିବା ବେଳକୁ ଗାଡି ମାଲିକ ଓ ତାଙ୍କର ସହଯୋଗୀ ପରମିଟ ଥିବା କହି ଗାଡିଟିକୁ ଆଣିବାକୁ ଦେଇନଥିଲେ। ଡ୍ରାଇଭର ଜଣକ ଗୋପବନ୍ଧୁନଗର ଦେବଗାଁ ବାଲି ଖାଦାନ ପରମିଟ ଆଣି ଦେଖାଇଥିବା ବେଳେ ତହସିଲଦାର ଏହା ସୋନ ନଦୀରୁ ଗଛିତ ଚୋରି ବାଲି କୁ ଆଣିଥିବା କହିଥିଲେ। ପରେ ଗୋପବନ୍ଧୁନଗର ତହସିଲଦାରଙ୍କ ସହ ଯୋଗାଯୋଗ କରିବାପରେ ସେ ନଦୀରେ ପାଣି ଥିବାରୁ ଗତକାଲି ବାଲି ଉଠାଯାଇନଥିବା କହିଥିଲେ।

ତହସିଲଦାର ଟ୍ରକ ଭିତରୁ ଏକ ତାରିଖ ପକାଇବା ପାଇଁ ନକଲି ଷ୍ଟାମ୍ପ ଜବତ କରିଥିବାବେଳେ ସନ୍ଦେହ ଆହୁରି ବଢିଯାଇଥିଲା। ଏପରିକି ତାଙ୍କୁ ସହଯୋଗ କରି ଗାଡି ନେବାକୁ ଦିଅନ୍ତୁ ତଦନ୍ତ ପରେ ଯଦି ଗାଡିର ବାଲି ଦେବଗାଁରୁ ଆସିଥିବ ଆଉ ପରମିଟଟି ଆଇନ ସମ୍ମତ ଥିବ ଯଦି ତାହାଲେ ବିନା ଜୋରିମାନାରେ ସେ ଛାଡ଼ିଦେବେ କହିଥିଲେ। ଆଉ ଯଦି ବେଆଇନ ହେବ ତାହେଲେ ଜୋରିମାନା ଦେବେ ବୋଲି କହିଥିଲେ।ହେଲେ ଗାଡି ମାଲିକ ମାନେ ୫୦ରୁ ଉର୍ଦ୍ଧ ଯୁବକଙ୍କୁ ଧରି ଗାଡିଟିକୁ ଆଣିବାକୁ ନଦେଇ ଫିଉଜ ଖୋଲି ଗାଡିଟିକୁ ଅଚଳ କରିଦେଇଥିଲେ। ପୋଲିସ ଥାଇ ମଧ୍ୟ ତହସିଲଦାର ବାଲି ବୋଝେଇ ଟ୍ରକଟିକୁ ଆଣିପାରିନଥିଲେ ଦୀର୍ଘ ୫ ଘଣ୍ଟା ଅଟକ ପରେ ନିରାଶ ହୋଇ ଫେରି ଆସିଥିଲେ। ଗୋଟିଏ ପଟେ ମାଲିକ ପରମିଟ ଥାଇ କାହିଁକି ଗାଡି ଜବତ ହେବ ପ୍ରଶ୍ନ ଉଠାଇଥିବା ବେଳେ ଅଗୋଟିଏ ପଟେ ତହସିଲଦାର ଅଗୋଟିଏ କଥା କହିଛନ୍ତି।

ଯଦି ଗାଡ଼ିରେ ଆଇନ ସମ୍ମତଭାବେ ବାଲି ଯାଉଥିଲା ତାହେଲେ ତଦନ୍ତର ସାମ୍ନା କଣ ପାଇଁ ହେଉନାହାନ୍ତି ବୋଲି କହିଛନ୍ତି। ଆଜି ରାଜସ୍ୱ ଚୋରି ହେବା ସହ ଜଣେ କର୍ତବ୍ୟରତ ଅଧିକାରୀଙ୍କୁ ସରକାରୀ ଡିଉଟି ସମୟରେ ଧମକ ଦେବା ନେଇ ମଛୁଆ ପଂଚାୟତ ଅଧିନ ସିଙ୍ଗିରୀ ଗ୍ରାମର ଟ୍ରକ ମାଲିକ ମାନସ ରଞ୍ଜନ ପଣ୍ଡାଙ୍କ ନାମରେ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ସେ ଜିଲ୍ଲାପାଳ, ନୀଳଗିରି ଉପଜିଲ୍ଲାପାଳ, ଏସଡିପିଓଙ୍କୁ ଲିଖିତ ଭାବେ ଅବଗତ କରିଛନ୍ତି।

   Related Posts