'ଥ୍ରୀଲର' ନାଁରେ କେସ୍‌: ହିନ୍ଦୁ ଏକତା ବାହିନୀର ଦାବି- ଏହି ଫିଲ୍ମକୁ ୟୁଟ୍ୟୁବରୁ ଡିଲିଟ୍‌ କରାଯାଉ

Published By : Prameya-News7 Bureau | August 13, 2020 IST

ନବରଙ୍ଗପୁର୧୩/୮: ଅଗଷ୍ଟ ୧୪ ତାରିଖରେ ରିଲିଜ୍ ହେବାକୁ ଥିବା ଥ୍ରୀଲର ଫିଲ୍ମ ନାଁରେ କେସ୍‌। ଏହି ଫିଲ୍ମ ବିରୋଧରେ ଏତଲ ଦେଇଛନ୍ତି ହିନ୍ଦୁ ଏକତା​‌ ବାହିନୀ। ଫିଲ୍ମର ଅଶ୍ଳୀଳତାକୁ ଦୃଷ୍ଟରେ ରଖି ହିନ୍ଦୁ ଏକତା ବାହିନୀ ଫିଲ୍ମ ବିରୋଧରେ ଏତଲା​‌ ଦେଇଛନ୍ତି। ଏହି ଫିଲ୍ମରେ ଓଡ଼ିଆ ଯୁବତୀ ଏବଂ ଓଡ଼ିଆ ପୁଅ ଅଭିନୟ କରିଛନ୍ତି। ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି। ଟ୍ରେଲରରେ ବଲିଉଡ୍‌ରେ ନୂଆ କରି ଏଣ୍ଟ୍ରି କରିଥିବା ଓଡିଆ ଝିଅ ନିଜର ଅଙ୍ଗ ପ୍ରଦର୍ଶନ କରିଛନ୍ତି। ଯାହା କି ଓଡିଆ ସଂସ୍କୃତି ଓ ପରମ୍ପରାକୁ କୁଠାରଘାତ କରିଛି। ବଲିଉଡ୍‌ର ପ୍ରସିଦ୍ଧ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ନିର୍ଦ୍ଦେଶୀତ ଏହି ଫିଲ୍ମରେ ଓଡ଼ିଆ ଝିଅର ଅଙ୍ଗପ୍ରଦର୍ଶନଙ୍କୁ ସୋସିଆଲ ମିଡିଆରେ କିଛିଦିନ ହେବ ନିନ୍ଦା କରାଯାଉଥିଲା।

{"id":314158,"width":559,"height":810,"sizeSlug":"large"}

ହିନ୍ଦୁ ଏକତା ବାହିନୀର କହିବା ମୁତାବକ, ଏହି ଫିଲ୍ମରେ ହିନ୍ଦୁ ସମାଜର ବହୁ ଦେବାଦେବୀଙ୍କ ନାଁକୁ ବ୍ୟବହାର କରାଯାଇଛି। ଯାହାକି ହିନ୍ଦୁ ଧର୍ମାବଲମ୍ବୀଙ୍କୁ ଆଘାତ ପହଞ୍ଚାଇଛି। ଏହି ଫିଲ୍ମରେ ଅଙ୍ଗପ୍ରଦର୍ଶନ ବେଳେ ହିନ୍ଦୁ ସମାଜ ଦେବାଦେବୀଙ୍କ ନାଁ ଉଚ୍ଚାରଣ କରାଯାଇଛି। ଯାହାକି ହିନ୍ଦୁ ସମାଜରେ ବିଭ୍ରାନ୍ତ ସୃଷ୍ଟି କରିଛି। ଏହି ଫିଲ୍ମଟିକୁ ୟୁଟ୍ୟୁବରୁ ଡିଲିଟ୍ କରାଯିବା ସହ ଅନଲାଇନ୍‌ରେ ରିଲିଜ ନ କରିବାକୁ ସେମାନେ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.