ଜାଲ୍ ସାର୍ଟିଫିକେଟ ଦେଇ ଚାକିରୀ ହାତେଇବା ଉଦ୍ୟମରେ ଅଙ୍ଗନବାଡୀ ହେଲପରଙ୍କ ନାଁରେ ଏତଲା

Published By : Prameya-News7 Bureau | December 04, 2019 IST

ଭଦ୍ରକ ୦୪।୧୨: ଅଙ୍ଗନବାଡି ଚାକିରୀ ପାଇଁ ଜାଲ୍ ସାର୍ଟିଫିକେଟ ଦେବା ଅଭିଯୋଗରେ  ଅଙ୍ଗନବାଡୀ ହେଲପର ଙ୍କ ନାମ ରେ ଏତଲା ଦିଆଯାଇଛି । ଭଦ୍ରକ ଜିଲ୍ଲା ଧାମନଗର ଥାନା ରେ ଧାମନଗର ସିଡିପିଓ ଏତଲା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଧାମନଗର ବ୍ଲକ କାସିମପୁର ୧ ଅଙ୍ଗନବାଡି କେନ୍ଦ୍ରରେ ବିମଳା ମଲ୍ଲିକ ୧୦ ବର୍ଷ ଧରି ହେଲପର ଭାବେ କାମ କରୁଛନ୍ତି ।ଅଙ୍ଗନବାଡି ୱାର୍କର ପାଇଁ  ପଦବୀ ବାହାରିଥିଲା ,  ବିମଳା ପଦବୀ ପାଇଁ ଆବେଦନ କରିଥିଲେ  । ସମସ୍ତ ଆବଶ୍ୟକୀୟ  ଦସ୍ତାବିଜ  ମଧ୍ୟ ଦାଖଲ କରିଥିଲେ ,  ପରେ ଗାଁ ଲୋକଙ୍କ ଅଭିଯୋଗ କ୍ରମେ ବିମଳାଙ୍କ ବୋର୍ଡ ସାର୍ଟିଫିକେଟ  ଯାଞ୍ଚ କରାଯାଇଥିଲା ।  ଅଭିଯୋଗର ଛମାସ ପରେ ବୋର୍ଡ କର୍ତ୍ତୃପକ୍ଷ ଏହି ସାର୍ଟିଫିକେଟ ଜାଲ ବୋଲି ଜଣାଇଛନ୍ତି । ଜାଲ ସାର୍ଟିଫିକେଟ ଦେଇ ଚାକିରୀ ହାତେଇବା  ପାଇଁ ଉଦ୍ୟମ କରିଥିବାରୁ  ସିଡିପିଓ ନିଜ ଆଡୁ  ଥାନା ରେ ଏତଲା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.