ୱେବ୍ ସିରିଜ୍ 'ତାଣ୍ଡବ' ନିର୍ଦ୍ଦେଶକ ଅଲି ଅବ୍ବାସଙ୍କ ବିରୋଧରେ ମାମଲା ରୁଜ୍ଜୁ: ଧାର୍ମିକ ଭାବନାକୁ ପକ୍ଷାଘାତ କରାଯାଇଥିବା ଆରୋପ

Published By : Prameya-News7 Bureau | January 18, 2021 IST

ମୁମ୍ବାଇ ୧୮/୦୧ : ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କ ୱେବ୍ ସିରିଜ୍ 'ତାଣ୍ଡବ'କୁ ସାରା ଦେଶରେ ବିରୋଧ କରାଯାଇଛି। ଉତ୍ତର ପ୍ରଦେଶରେ ବିରୋଧ ଆରମ୍ଭ ହୋଇଯାଇଛି। ନିର୍ଦ୍ଦେଶକ ଅଲି ଅବ୍ବାସ ଜଫରଙ୍କ ୱେବ ସିରିଜ ତାଣ୍ଡବରେ ହିନ୍ଦୁ ଦେବାଦେବୀଙ୍କୁ ଅପମାନ ଓ ଜାତିଗତ ଭାବନାକୁ ପକ୍ଷାଘାତ କରିଥିବା ଆରୋପ ହୋଇଛି। ସୋସିଆଲ ମିଡ଼ିଆରେ ଏହି ୱେବ୍ ସିରିଜକୁ ତତକ୍ଷଣାତ ବ୍ୟାନ କରିବାକୁ ଦାବି ହୋଇଛି। ଉତ୍ତର ପ୍ରଦେଶରେ ଧର୍ମନଗରୀ ଅଯୋଧ୍ୟା, ମଥୁରା ଓ କାଶୀରେ ସାଧୁ ସନ୍ଥ ସମେତ ଅନ୍ୟାନ୍ୟ ସଂଗଠନ ମଧ୍ୟ ସିରିଜକୁ ବିରୋଧ କରିଛନ୍ତି। ଲକ୍ଷ୍ନୌ ପୋଲିସ ଦ୍ୱାରା ହଜରତଗଞ୍ଜ ଥାନାରେ ଫିଲ୍ମ ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି।

{"id":394098,"sizeSlug":"large","linkDestination":"none"}

ହଜରତଗଞ୍ଜ ଥାନାର ବରିଷ୍ଠ ଉପ ନିରୀକ୍ଷକ ଅମରନାଥ ଯାଦବଙ୍କ ଦ୍ୱାରା ଓଟିଟି ପ୍ଲାଟଫର୍ମ ଆମାଜନ୍ ପ୍ରାଇମ୍ ଭିଡିଓର ଅରିଜିନାଲ୍ କଣ୍ଟେଣ୍ଟ ହେଡ୍ ଅପର୍ଣ୍ଣା ପୁରୋହିତ, ୱେବ୍ ସିରିଜ୍ ନିର୍ଦ୍ଦେଶକ ଅଲି ଅବ୍ବାସ ଜଫର, ପ୍ରଯୋଜକ ହିମାଂଶୁ କୃଷ୍ଣା ମେହରା ଓ ଲେଖକ ଗୌରବ ସୋଲାଙ୍କିଙ୍କ ସମେତ ୫ଜଣଙ୍କ ବିରୋଧରେ ଗମ୍ଭୀର ଧାରା ଅନୁଯାୟୀ ଏଫଆଇଆର ରୁଜ୍ଜୁ ହୋଇଛି।

{"id":394101,"sizeSlug":"large","linkDestination":"none"}

ତାଣ୍ଡବର ପ୍ରଥମ ଏପିସୋଡର ୧୭ ମିନିଟରେ ହିନ୍ଦୁ ଦେବାଦେବୀଙ୍କୁ ଅପମାନିତ କରି ଧାର୍ମିକ ଭାବନାକୁ ପକ୍ଷାଘାତ କରଯାଇଛି ଏବଂ ୨୨ ମିନିଟରେ ଜାତିଗତ ଭାବନାକୁ ଭଡକାଇବା ସହ ଦେଶର ପ୍ରଧାନମନ୍ତ୍ରୀଙ୍କ ଛବିକୁ ମଧ୍ୟ ଅଶୋଭନୀୟ ଢଙ୍ଗରେ ଚିତ୍ରଣ କରାଯାଇଥିବା ଅଭିଯୋଗ ହୋଇଛି।

{"id":394100,"sizeSlug":"large","linkDestination":"none"}

କେବଳ ସେତିକି ନୁହେଁ, ଏହି ୱେବ ସିରିଜରେ ମହିଳାଙ୍କୁ ମଧ୍ୟ ଅପମାନିତ କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ସମାଜ ପାଇଁ ହାନିକାରକ ବୋଲି କୁହାଯାଇଛି। ଫିଲ୍ମ ନିର୍ମାତା ଓ ରିଲିଜ୍ ପ୍ଲାଟଫର୍ମ ବିରୋଧରେ ମାମଲା ରୁଜ୍ଜୁ କରି ଉଚିତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.