କରୋନା ନିୟମ ଭାଙ୍ଗି ଫସିଲେ ସଲମାନ ଖାନଙ୍କ ଭାଇ ଓ ପୁତୁରା, ଅଭିଯୋଗ ପରେ ମାମଲା ରୁଜୁ

Published By : Prameya-News7 Bureau | January 04, 2021 IST

ମୁମ୍ବାଇ ୦୪/୦୧: କରୋନା ନିୟମ ଭଙ୍ଗ କରି ଫସିଲେ ସଲମାନ ଖାନଙ୍କ ଭାଇ ସୋହେଲ ଖାନ ଓ ଅରବାଜ ଖାନ। ସୋହେଲ, ତାଙ୍କ ପୁଅ ଓ ଅରବାଜଙ୍କ ବିରୋଧରେ ଥାନାରେ ଏନେଇ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଦୁଇ ଭାଇ ଡିସେମ୍ବର ୨୫ରେ ଦୁବାଇରୁ ଫେରି କ୍ବାରେଣ୍ଟାଇନ୍‌ରେ ନରହି ଘରକୁ ଫେରିଥିଲେ। ହୋଟେଲରେ କ୍ବାରେଣ୍ଟାଇନ୍‌ରେ ରହିବାକୁ କୁହଯାଇଥିଲେ ବି ସେମାନେ ଘରକୁ ଫେରିଥିଲେ। ଘରକୁ ଫେରିବା ପରେ କ୍ବାରେଣ୍ଟାଇନ୍‌ ନିୟମ ଉଲ୍ଲଂଘନ କରିବାରୁ ବିଏମସି ସେମାନଙ୍କ ଉପରେ ଆକ୍ସନ ନେଇଥିବା ଜଣାପଡ଼ିଛି।

ଖାର ଥାନରେ ଏକ ମାମଲା ସେମାନଙ୍କ ବିରୋଧରେ ରୁଜୁ ହୋଇଛି। ଜଣେ ବିଏମସି ମେଡିକାଲ ଅଧିକାରୀଙ୍କ ଅଭିଯୋଗ କ୍ରମେ ୩ ଜଣ ବିଦେଶରୁ ଫେରିବା ପରେ କ୍ବାରେଣ୍ଟାଇନ୍‌ରେ ରହିବା କଥା। କିନ୍ତୁ ସେମାନେ ଏହାକୁ ବେଖାତିର କରି ଘରକୁ ଯାଇଥିଲେ। ୩ ଜଣଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ତଦନ୍ତ ଚାଲିଛି ବୋଲି ଡିସିପି ଚୈତନ୍ୟ କହିଛନ୍ତି।

ଏବେର କରୋନା ନିୟମ ଅନୁସାରେ ବ୍ରିଟେନ, ଦୁବାଇ  ତଥା ୟୁରୋପରୁ ଫେରୁଥିବା ଲୋକେ ୭ ଦିନିଆ କ୍ବାରେଣ୍ଟାଇନ୍‌ରେ ରହିବା ବାଧ୍ୟତାମୂଳକ । ବ୍ରିଟେନରେ ନୂଆ କରୋନା ରୂପ ମିଳିବା ପରେ ରାଜ୍ୟ ସରକାର ଏଭଳି ନିୟମ ଆପଣାଇଛନ୍ତି। କିନ୍ତୁ ଷ୍ଟାର ବ୍ରଦର୍ସ ଏହାକୁ ବେଖାତିର କରିଥିବାରୁ ଅଡ଼ୁଆରେ ପଡ଼ିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.