କଙ୍ଗନାଙ୍କୁ ଅପମାନଜନକ ମନ୍ତବ୍ୟ ମାମଲାରେ ବାରାଣାସୀରେ ଶିବସେନା ନେତା ସଞ୍ଜୟ ରାଉତଙ୍କ ବିରୋଧରେ FIR

Published By : Prameya-News7 Bureau | September 09, 2020 IST

ବାରାଣାସୀ ୦୯/୦୯ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଅଭିନେତ୍ରୀ କଙ୍ଗନା ରଣାୱତ ଓ ଶିବସେନା ନେତା ସଞ୍ଜୟ ରାଉତଙ୍କ ମଧ୍ୟରେ ଚାଲିଥିବା ଶବ୍ଦ ବାଣ ଓ ଆରୋପ-ପ୍ରତ୍ୟାରୋପ ମାମଲା ବର୍ତ୍ତମାନ ବାରାଣାସୀ ଯାଏଁ ପହଞ୍ଚିଛି | କଙ୍ଗନାଙ୍କୁ ନେଇ ସଞ୍ଜୟ ରାଉତଙ୍କ ଆପତ୍ତିଜନକ ମନ୍ତବ୍ୟ ପରେ ବାରାଣାସୀରେ ବିଜେପିର 'ବେଟି ବଚାଓ ବେଟି ପଢ଼ାଓ' ଅଭିଯାନର ମହିଳା ସଦସ୍ୟ ସଞ୍ଜୟ ରାଉତଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି | ମଙ୍ଗଳବାର ସିଗରା ଥାନାରେ ମହିଳା ସଦସ୍ୟ ମାମଲା ରୁଜ୍ଜୁ କରିଛନ୍ତି | ଥାନା ଅଧ୍ୟକ୍ଷ କହିଛନ୍ତି ଯେ ଉଚ୍ଚ ଅଧିକାରୀଙ୍କୁ ଅବଗତ କରି ମାମଲା ରୂଜୁ କରି ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |

ବିଜେପିର 'ବେଟି ବଚାଓ ବେଟି ପଢ଼ାଓ' ପ୍ରକଳ୍ପର ମହିଳା ସଦସ୍ୟ କହିଛନ୍ତି ଯେ ଭାରତୀୟ ସଂସ୍କୃତିରେ ମହିଳାଙ୍କ ସମ୍ମାନ ସର୍ବୋଚ୍ଚ ସ୍ଥାନରେ ରହିଛି | କିନ୍ତୁ ଶିବସେନା ନେତା ଯେଉଁଭଳି ଭାବେ କଙ୍ଗନାଙ୍କୁ ଆପତ୍ତିଜନକ ଓ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି ତାହା ଅକ୍ଷମଣୀୟ | ତାଙ୍କୁ ନିଜ ପଦବୀର ଗାରିମା ସହ ମହିଳାଙ୍କ ସମ୍ମାନ ମଧ୍ୟ କରିବା ଉଚିତ ବୋଲି ମହିଳା ସଦସ୍ୟମାନେ କହିଛନ୍ତି | ଏହା ନାରୀଶକ୍ତିର ମଧ୍ୟ ଅପମାନ ବୋଲି କହିଛନ୍ତି ପ୍ରକଳ୍ପର ପ୍ରଦେଶ ସଂଯୋଜକ ଡ.ରଚନା ଅଗ୍ରୱାଲ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.