Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ରାଜସ୍ଥାନ କଂଗ୍ରେସରେ ପୁଣି ସଙ୍କଟ: ଫୋନ୍ ଟ୍ୟାପିଂ ମାମଲାରେ ସଚିନ୍ ପାଇଲଟ୍‌ଙ୍କ ମିଡ଼ିଆ ମ୍ୟାନେଜର୍ ଓ ସାମ୍ବାଦିକଙ୍କ ବିରୋଧରେ FIR

8/10/2020 at 12:45 PM

ଜୟପୁର ୦୮/୧୦ : ରାଜସ୍ଥାନ ପୋଲିସ ଜଣେ ବରିଷ୍ଠ ସାମ୍ବାଦିକଙ୍କ ସମେତ ଦୁଇଜଣଙ୍କ ବିରୋଧରେ ବିଧାୟକଙ୍କ ଫୋନ ଟ୍ୟାପ କରିବା ମିଛ ଖବର ପ୍ରସାର ପ୍ରସଙ୍ଗରେ ମାମଲା ରୁଜ୍ଜୁ କରିଛି। ଅଗଷ୍ଟ ମାସରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ଓ ତତ୍କାଳୀନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ହୋଇଥିବା ରାଜନୈତିକ ଟଣାଓଟରା ମଧ୍ୟରେ ଗୋଟିଏ ଜାଗାରେ ରହିଥିବା କଂଗ୍ରେସ ବିଧାୟକ ଓ ମନ୍ତ୍ରୀଙ୍କ ଫୋନ ଟ୍ୟାପ୍ କରିଥିବା ସମ୍ବନ୍ଧରେ ମିଛ ଖବର ପ୍ରଚାର କରିଥିବା ଅଭିଯୋଗ ହୋଇଛି।

ଜୟପୁର ବିଧାୟକପୁରୀ ଥାନାରେ ଅକ୍ଟୋବର ୧ ତାରିଖରେ ରୁଜ୍ଜୁ ହୋଇଥିବା ମାମଲାରେ ରାଜସ୍ଥାନର ଏକ ସାମ୍ବାଦିକ ଲୋକେନ୍ଦ୍ର ସିଂହଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି। ଲୋକେନ୍ଦ୍ର ସିଂହ ସଚିନ ପାଇଲଟଙ୍କ ମିଡ଼ିଆ ସମ୍ବନ୍ଧୀୟ କାମ ଦେଖନ୍ତି। ତେବେ ସଚିନ ଏହି ମାମଲାରେ କୌଣସି ପ୍ରତିକ୍ରିୟା ରଖିବାକୁ ଅସ୍ବୀକାର କରିଛନ୍ତି। ଅଶୋକ ଗେହଲୋତ ଓ ପାଇଲଟ ଗୋଷ୍ଠୀ ମଧ୍ୟରେ ରାଜନୈତିକ ମତଭେଦ ସମୟରେ ଗେହଲୋତ ଗୋଷ୍ଠୀର ବିଧାୟକ ଅଗଷ୍ଟ ମାସରେ ଜୈସଲମେରର ଏକ ହୋଟେଲରେ ରହିଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ, ଏ ସମ୍ବନ୍ଧରେ ଅଗଷ୍ଟ ୭ ତାରିଖରେ ଉପ ନିରୀକ୍ଷକ ସତ୍ୟପାଲ ସିଂହ ସୂଚନା ଦେଇଥିଲେ ଯେ ହୋଟେଲରେ ଥିବା ବିଧାୟକ ଓ ମନ୍ତ୍ରୀଙ୍କ ଫୋନ ଟ୍ୟାପିଂ ସମ୍ପର୍କରେ ମିଛ ସମାଚାର ସୋସିଆଲ ମିଡ଼ିଆରେ ପ୍ରସାରିତ ହେଉଛି। ସାଇବର୍ ଥାନା ତଦନ୍ତ ପରେ ଏକ ସମାଚାର ଏଜେନ୍ସିର ଲୋକେନ୍ଦ୍ର ସିଂହ ଓ ଜୟପୁରର ଆଜତକ ସାମ୍ବାଦିକ ଶରତ କୁମାର ମିଛ ଓ ତଥ୍ୟହୀନ ସମାଚାର ପ୍ରଚାର କରୁଥିବା ସାମ୍ନାକୁ ଆସିଥିଲା।

ଏହି ସମ୍ବନ୍ଧରେ ସଚିନ ପାଇଲଟଙ୍କୁ ଯୋଗାଯୋଗ କଲାପରେ ସେ ପ୍ରତିକ୍ରିୟା ରଖିବାକୁ ମନା କରିଦେଇଥିଲେ। ଲୋକେନ୍ଦ୍ର ସିଂହ ଏହି ପ୍ରକ୍ରିୟାକୁ ରାଜନୀତି ଦ୍ୱାରା ପ୍ରେରିତ ବୋଲି କହିଥିଲେ। ଅପରପକ୍ଷରେ ବିଜେପି ଏହି ପ୍ରସଙ୍ଗକୁ ନେଇ କଂଗ୍ରେସକୁ ଟାର୍ଗେଟ୍ କରିଛି। ବିଜେପି ପ୍ରଦେଶ ଅଧ୍ୟକ୍ଷ ସତୀଶ ପୁନିଆ ଟ୍ୱିଟ୍ କରି କହିଛନ୍ତି ଯେ, ଗଣତନ୍ତ୍ର ଉପରେ ବିପଦ ଥିବା ନେଇ ବଡ ବଡ କଥା କହୁଥିବା ଅଶୋକ ଗେହଲୋତ ଗଣତନ୍ତ୍ରର ଚତୁର୍ଥ ସ୍ଥମ୍ଭର ଦମନ କରିବାକୁ ଓହ୍ଲାଇଛନ୍ତି। କାରଣ ବିଗତ ଦିନରେ ସାମ୍ବାଦିକମାନେ ବଞ୍ଚିତ ଓ ଅବଳାଙ୍କ ପାଇଁ ସ୍ୱର ଉଠାଇଥିଲେ। ସରକାରଙ୍କ ଏହି କାର୍ଯ୍ୟ ‘ବିନାଶ କାଳେ ବିପରୀତ ବୁଦ୍ଧି’ ସଦୃଶ ହେବ।

   Related Posts