Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ବାଙ୍ଗଲାଦେଶୀ ଗାୟକ ମେନୁଲଙ୍କ ବିରୋଧରେ ମାମଲା ରୁଜୁ

29/05/2020 at 1:35 PM

 ନୂଆଦିଲ୍ଲୀ ୨୯/୫: ତ୍ରିପୁରା ପୋଲିସ୍ ସୋସିଆଲ୍ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଆପତ୍ତିଜନକ ଟିପ୍ପଣୀ କରିଥିବା ଅଭିଯୋଗରେ ବାଙ୍ଗଲାଦେଶୀ ଗାୟକ ମେନୁଲ୍ ଏହସାନ ନୋବଲ୍ ଓରଫ ନୋବଲଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ନୋବଲ୍ ଗତ ବର୍ଷ ବଙ୍ଗଳାର ମ୍ୟୁଜିକ୍ ରିୟଲିଟି ଶୋ ସା ରେ ଗା ମା ପା ରେ ତୃତୀୟ ସ୍ଥାନରେ ରହିଥିଲେ।

ମେନୁଲ ଏହସାନ ନୋବଲଙ୍କ ବିରୋଧରେ ସୁମନ୍ ପାଲ୍ ନାମକ ବ୍ୟକ୍ତି ସପ୍ତାହ ଆରମ୍ଭରେ ମାମଲା ରୁଜୁ କରିଥିଲେ। ନୋବଲଙ୍କ ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଆପତ୍ତିଜନକ ଗୀତ ରଚନା କରିବା ଏବଂ ସୋସିଆଲ ମିଡିଆରେ ଅପଲୋଡ କରିବାର ଅଭିଯୋଗ ରହିଛି।

ଭାରତୀୟ ଦଣ୍ଡ ସଂହିତାର ଧାରା ୫୦୦,୫୦୪,୫୦୫ ଏବଂ ଧାରା ୧୫୩ ଅନୁସାରେ ମାମଲା ରୁଜୁ କରାଯାଇଛି ଏବଂ ଏହାକୁ ତ୍ରିପୁରା ପୋଲିସର ସାଇବର ଅପରାଧ ସେଲରେ ଟ୍ରାନ୍ସଫର କରି ଦିଆଯାଇଛି। ପୋଲିସ୍ ଏବେ ମାମଲାର ତଦନ୍ତ ଆରମ୍ଭ କରି ଦେଇଛି।

ଅଭୀଯୋଗକାରୀ ସୁମନ୍ ପାଲ୍ ନିଜ ଟ୍ବିଟର ଆକାଉଣ୍ଟରୁ ଟ୍ବିଟ୍ କରି ଲେଖିଛନ୍ତି,‘ ଆଜି ସେ ମେନୁଲ୍ ଏହସାନ ନୋବଲଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ସେ ଭାରତୀୟ ଉଚ୍ଚ ଆୟୁକ୍ତଙ୍କୁ ଅନୁରୋଧ କରୁଛନ୍ତି ଯେ ତାଙ୍କ ଭିସା ରଦ୍ଦ କରାଯାଉ। ଏହା ସହ ତାଙ୍କର ସମସ୍ତ ବିଜନେସ୍ କଣ୍ଟ୍ରାକ୍ଟ କ୍ୟାନସଲ୍ କରାଯାଉ। ଯାହା ଦ୍ବାରା ସେ ଆଉ କେବେ ଭାରତ ଆସି ପାରିବେ ନାହିଁ।’

ମେନୁଲ୍ ଏହା ପୂର୍ବରୁ ରବୀନ୍ଦ୍ରନାଥ ଟାଗୋରଙ୍କ ଉପରେ ମଧ୍ୟ ଆପତ୍ତିଜନକ ଟିପ୍ପଣୀ କରିଥିଲେ।

   Related Posts