Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ମୁମ୍ବାଇ ପୁଲିସ କମିସନରଙ୍କ ବିରୋଧରେ ଖବର ପ୍ରସାରଣ ଓ ପୁଲିସ ବିଭାଗର ଛବି ଖରାପ କରିବାକୁ ଉଦ୍ୟମ, ରିପ୍ଲବିକ୍ ଟିଭି ବିରୁଦ୍ଧରେ ଆଉ ଏକ ମାମଲା ରୁଜୁ

23/10/2020 at 11:00 PM

ମୁମ୍ବାଇ ୨୩।୧୦: ମୁମ୍ବାଇ ପୁଲିସ ଶୁକ୍ରବାର ରିପବ୍ଲିକ ଟିଭି ଚ୍ୟାନେଲ ବିରୋଧରେ ଆଉ ଏକ ଏଫଆଇଆର ରୁଜୁ କରିଛି। ପୁଲିସ କମିସନର ପରମବୀର ସିଂହଙ୍କ ବିରୋଧରେ ପୁଲିସ ବିଭାଗରେ ଅସନ୍ତୋଷ ସୃଷ୍ଟି କରିବା ଏବଂ ମୁମ୍ବାଇ ପୁଲିସର ଛବି ଖରାପ କରିବା ଅଭିଯୋଗରେ ରିପବ୍ଲିକ ଟିଭିର ମୁଖ୍ୟ କାର୍ଯ୍ୟକାରୀ ସଂପାଦକ, ଉପସ୍ଥାପକ, ଦୁଇ ଜଣ ରିପୋର୍ଟର ଏବଂ ଅନ୍ୟ ସଂପାଦକୀୟ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ରିପ୍ଲବିକ୍ ଟିଭି ଚ୍ୟାନେଲ୍ ଏବଂ ତାର କର୍ମଚାରୀଙ୍କ ବିରୋଧରେ ସିଟି ପୁଲିସର ଏହା ହେଉଛି ଚତୁର୍ଥ ଏଫଆଇଆର। ଏହି ସଦ୍ୟତମ ଏଫଆଇଆର ଏନଏମ ଯୋଶୀ ମାର୍ଗ ପୁଲିସ ଷ୍ଟେସନର ଗୁପ୍ତଚର ବିଭାଗ ସ୍ୱତନ୍ତ୍ର ଶାଖା -୧ (SB1) ଦ୍ୱାରା ପଞ୍ଜିକୃତ ହୋଇଛି। ଅଭିଯୋଗକାରୀ ଶଶିକାନ୍ତ ପାୱାର ସୋସିଆଲ ମିଡିଆ ଲ୍ୟାବ (ଏସଏମଏଲ)ରେ ସବ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଅଛନ୍ତି।

ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏବଂ ଟେଲିଭିଜନ ଚ୍ୟାନେଲ୍‌ ଉପରେ ନଜର ରଖିବା ଏବଂ ପୋଷ୍ଟ, ନକଲି ଖବର, ଗୁଜବ ଏବଂ ଅନ୍ୟାନ୍ୟ ବିଷୟବସ୍ତୁ ଚିହ୍ନଟ କରିବା, ଯାହା ସହରରେ ଅଶାନ୍ତି ସୃଷ୍ଟି କରିବା ସହ ସାଂପ୍ରଦାୟିକ ଉତ୍ତେଜନା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛି ସେସବୁ ଉପରେ ନଜର ରଖିବାକୁ ଏସଏମଏଲକୁ ଦାୟିତ୍ଵ ଦିଆଯାଇଛି।

ଏଫଆଇଆର ଅନୁଯାୟୀ ଅକ୍ଟୋବର ୨୨ରେ ଏସଏମଏଲର ପୁଲିସ ଅଧିକାରୀ ଦେଖିବାକୁ ପାଇଛନ୍ତି ଯେ, ରିପବ୍ଲିକ ଟିଭିର ଇଂରାଜୀ ଚ୍ୟାନେଲ ବିଗେଷ୍ଟ ଷ୍ଟୋରୀ ଆଧାରରେ ଏକ ସୋ ପ୍ରସାରଣ କରିଥିଲା। ଏହାର କ୍ୟାପସନ ଲାଇନ୍‌ ଥିଲା ପରମ ବୀର ସିଂହଙ୍କ ବିରୋଧରେ ବିଦ୍ରୋହ ?

ନିଜର ଖବର ପ୍ରସାରଣ ସମୟରେ ଚ୍ୟାନେଲ ଅଭିଯୋଗ କରିଛି ଯେ, ପରମ ବୀର ସିଂହ ମୁମ୍ବାଇ ପୋଲିସର ଛବି ଖରାପ କରୁଛନ୍ତି। ତାଙ୍କର ଆଦେଶକୁ ବିଭାଗର କନିଷ୍ଠ ଅଧିକାରୀ ସହଜରେ ଗ୍ରହଣ କରି ପାରୁ ନାହାନ୍ତି।

ରିପବ୍ଲିକ୍ ଟିଭି ରିପୋର୍ଟର ଶୱାନ୍ ସେନଙ୍କ ଦ୍ୱାରା ସଂଗୃହିତ ସମ୍ବାଦ କାହାଣୀ ଉପରେ ଆଧାର ଏହି ସମ୍ବାଦ ଶୋଭାନୀ ଗୁପ୍ତା ଏବଂ ସାମ୍ବାଦିକ ସାଗ୍ରିକା ମିତ୍ରଙ୍କ ଦ୍ଵାରା ବାଖ୍ୟା କରାଯାଇଥିଲା। ଏଫଆଇଆରରେ ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ଯେ, ଏହି ଧରଣର ଖବର ପ୍ରସାରଣ କରି ଚ୍ୟାନେଲ ଓ ଏହାର ସାମ୍ବାଦିକ ଜାଣିଶୁଣି କମିଶନର ପରମ ବୀର ସିଂହଙ୍କ ବିରୋଧରେ ପୁଲିସ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିବାକୁ ଉଦ୍ୟମ କରାଯାଇଛି। ଏହି ଧରଣର ଖବର ଏବଂ କାର୍ଯ୍ୟ ମୁମ୍ବାଇ ପୁଲିସର ଛବିକୁ ଖରାପ କରୁଛି।

ଅଭିଯୋଗକୁ ଆଧାର କରି ମୁମ୍ବାଇ ପୁଲିସ ରିପବ୍ଲିକ୍ ଟିଭି ଆଙ୍କର ଶିବାନୀ ଗୁପ୍ତା, ରିପୋର୍ଟର ସାଗରିକା ମିତ୍ର, ରିପୋର୍ଟର ଶାଓ୍ଵନ ସେନ ଏବଂ ସୋର କାର୍ଯ୍ୟକାରୀ ସଂପାଦକ ନିରଞ୍ଜନ ନାରାୟଣଙ୍କ ଏବଂ ଅନ୍ୟ ସଂପାକଦୀୟ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି।  

   Related Posts