ପ୍ରମେୟ ପ୍ରତିନିଧିଙ୍କୁ ଆକ୍ରମଣ, ଥାନାରେ ମାମଲା ରୁଜୁ ପରେ ପୋଲିସ୍‌ର ତଦନ୍ତ ଆରମ୍ଭ, ନିନ୍ଦା କଲା ସାମ୍ୱାଦିକ ସଂଘ

Published By : Prameya-News7 Bureau | July 25, 2021 IST

ବ୍ରହ୍ମପୁର, ୨୫/୦୭: ଖବର ସଂଗ୍ରହ କରୁଥିବା ବେଳେ ବ୍ରହ୍ମପୁର ପ୍ରମେୟ ସାମ୍ବାଦିକ ପ୍ରହ୍ଲାଦ ସାହୁଙ୍କୁ ଘାତକ ଆକ୍ରମଣ ଅଭିଯୋଗ । ଗୋସାଣି ନୂଆଗାଆଁର ଜୈନିକ ବୋହୂ ଶ୍ବଶୁର ଘରକୁ ପ୍ରବେଶ କରିବା ପାଇଁ ଚାହୁଁଥିବା ବେଳେ ପରିବାରବର୍ଗ କବାଟ ଖୋଲିନଥିଲେ । ଏହାକୁ ନେଇ କେତେକ ଗଣମାଧ୍ୟମ ପ୍ରତିନିଧି ଫଟୋ ଉତ୍ତେଜନ କରୁଥିବା ବେଳେ ପରିବାରବର୍ଗ ଗାଳିଗୁଲଜ କରିଥିଲେ ।

ଏହାର ପ୍ରତିବାଦ କରି ପ୍ରମେୟ ବ୍ରହ୍ମପୁର ନଗର ପ୍ରତିନିଧି ପ୍ରହ୍ଲାଦ ସାହୁ ପରିବାରବର୍ଗଙ୍କୁ ଗାଳି ଗୁଲଜ ନକରିବାକୁ ଅନୁରୋଧ କରିଥିଲେ । ପରେ ପରିବାର ସଦସ୍ୟ ସାମ୍ବାଦିକ ପ୍ରହ୍ଲାଦଙ୍କୁ ମାରଣାତ୍ମକ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ଗୋସାଣି ନୂଆଗାଆଁ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡିଛି । ପୋଲିସ ଘଟଣାର ତଦନ୍ତ କରୁଛି । ଆକ୍ରମଣ ଘଟଣାକୁ  ନିନ୍ଦା କରିବା ସହିତ ସାମ୍ବାଦିକ ମାନେ  ପ୍ରତିବାଦ କରି ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.