Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ମିଳିମିଶି ହୋଇଥିଲା ଟେଣ୍ଡର ଫିକ୍ସିଂ, ଠିକାଦାର ଟେଣ୍ଡର ପକାଇବାରୁ ଡିଡି ଚିରି ଥାନାରେ ଅଟକ ଯୁବ ନେତା

21/06/2021 at 11:07 PM

ପାଟଣା, ୨୧/୦୬ : ନେତାଙ୍କର ଦାଦାଗିରି । କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ କାର୍ଯ୍ୟାଳୟରେ ସୋମବାର ଅପରାହ୍ଣ ସମୟରେ ବ୍ଲକର ଟେଣ୍ଡର ପାଇଁ ଡିଡି ପକାଇଥିବା ଜଣେ ଠିକାଦାରଙ୍କ ଡିଡି ଚିରି ଅଫିସରେ ହଙ୍ଗାମା କରିବା ଜିଲ୍ଲା ବିଜେଡି ଯୁବ ଉପସଭାପତି କରୁଣା ସାଗର ଖଟୁଆଙ୍କୁ ମହଙ୍ଗା ପଡିଛି।

ସୂଚନା ଅନୁସାରେ ସାହାରପଡା ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଟେଣ୍ଡର ବାହାରି ଥିଲା । କାର୍ଯ୍ୟକୁ ନିଜେ ନିଜେ କରିବା ପାଇଁ ସଲାସୁତୁରା କରି ଟେଣ୍ଡେର ଫିକ୍ସିଂ ହୋଇଥିଲା । ଏହି ଘଟଣା ଜାଣିବା ପରେ ଅନ୍ୟ ଜଣେ ଠିକାଦାର ଟେଣ୍ଡର ପକାଇବା ପାଇଁ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ନିକଟରେ ଡିଡି ଦାଖଲ କରିଥିଲେ। ଏହି ସମୟ ରେ କରୁଣା ସାଗର ଖାଟୁଆ ଅରଫ (ଦିପୁ ) କିରାଣିଙ୍କ ଟେବୁଲ ଉପରୁ ଆଣି ଟେଣ୍ଡର ଧାରୀଙ୍କ ୧୧ ଟି ଡି ଡିକୁ ଚିରି ପକାଇ ହଙ୍ଗାମା କରିଥିଲେ । ଏନେଇ ବ୍ଲକର କିରାଣୀ ହାଡ଼ିବନ୍ଧୁ ପାତ୍ର ପାଟଣା ଥାନାରେ ଅଭିଯୋଗ କରିବା ପରେ କରୁଣା ସାଗର ଖଟୁଆକୁ ଥାନାରେ ଅଟକ ରଖି ତଦନ୍ତ ଚାଲିଥିବା ଘଟଗାଁ ଏସ୍,ଡି,ପି,ଓ ରବୀନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି।

ସାହାରପଡା ବ୍ଲକକୁ ଆସିଥିବା ୪୭ଟି ସ୍କୁଲ ଘର ପାଇଁ ୧୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଟେଣ୍ଡରର ଆଜି ଶେଷ ଦିନ ଥିଲା। ଜିଲ୍ଲା ବିଜେଡି ଯୁବ ଉପସଭାପତି କରୁଣା ସାଗରଖାଟୁଆ ଓରଫ ଦୀପୁ ସୋମବାର ଅପରାହ୍ନ ବ୍ଲକ କାର୍ଯ୍ୟାଳୟରେ ପହଁଚି ମୁଖ୍ୟ କିରାଣୀ ହାଡ଼ିବନ୍ଧୁ ପାତ୍ରଙ୍କ ଟେବୁଲ ରୁ ୧୧ ଟି ଡି ଡି କୁ ଧରି ଚିରି ଦେଇଥିଲେ। ମୁଖ୍ୟ କିରାଣୀଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ସାହାରପଡା ବିଡ଼ିଓ ଲମ୍ବୋଦର ଖୁଣ୍ଟିଆ ପାଟଣା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ସାହାରପଡା ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଆଇଚ କରୁଣା ସାଗରଙ୍କୁ ଆଣି ପାଟଣା ଥାନାରେ ଅଟକ ରଖିଥିବା ଘଟଗାଁ ଏସଡିପିଓ ରବୀନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି। ଖଟୁଆ ବିଜେଡିର ଛାମୁଆ ନେତା ହୋଇଥିବାରୁ ଏନେଇ କେନ୍ଦୁଝର ଜିଲ୍ଲା ତଥା ପାଟଣା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ଓ ନାନା କଳ୍ପନା ଜଳ୍ପନା ଲାଗିରହିଛି। ପୂର୍ବରୁ କରୁଣା ସାଗାରଙ୍କ ନାଁ ରେ ସରକାରୀ କାର୍ଯ୍ୟ ରେ ବାଧା ଉପୁଯାଇବାର ଅନେକ ମାମଲା ରହିଛି ।

   Related Posts