Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଓଟିଭି ଏମଡିଙ୍କ ନାମରେ ପୁଣି ମାମଲା : ପୋଲିସରେ ଲୋକନାଥପୁର ଓ ସାରୁଅ ଗ୍ରାମବାସୀଙ୍କ ଅଭିଯୋଗ, ପୋଖରୀ ପାଚେରୀ ଓ ଜବରଦଖଲ ହଟାଇବାକୁ ଦାବି

6/10/2020 at 8:38 PM

ଖୋର୍ଦ୍ଧା, ୦୬ ।୧୦:    ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଗୋଟିଏ ପଟେ ସାରୁଅ ଜମି ଜବରଦଖଲ ମାମଲାର ତଦନ୍ତ ଚାଲିଥିବା ବେଳେ ପୁଣି ଆସିଛି ଆଉ ଏକ ସଙ୍ଗୀନ ଅଭିଯୋଗ । ଓଟିଭି ଏମଡିଙ୍କ ସମେତ ତାଙ୍କ ପିତା, ଭାଇ ଓ ଜଣେ କର୍ମଚାରୀଙ୍କ ନାଁରେ ବାଘମାରୀ ଥାନାରେ  ଅଭିଯୋଗ କରିଛନ୍ତି ଲୋକନାଥପୁର ଓ ସାରୁଅ ଗ୍ରାମର ବାସିନ୍ଦା ।

ରୁଜୁ ହୋଇଥିବା ଏଫଆଇଆରରେ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ, ସାରୁଅର ପ୍ଲଟ୍ ନମ୍ବର ୧୦୬୦, ୧୦୬୧,୧୮୩୫ ଓ ଲୋକନାଥପୁରର ପ୍ଲଟ୍ ନମ୍ବର ୧୦୨୮, ୧୦୩୦, ୧୦୮୮ରେ  ଥିବା ପୋଖରୀ ଓ ହୁଡାକୁ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯାଏ । ନିତ୍ୟ ବ୍ୟବହାର୍ଯ୍ୟ ସହ ଚାଷ ଜମିକୁ ପାଣି ମଡାଇବା ଆଦି କାର୍ଯ୍ୟଲାଗି ପୋଖରୀ ଉପରେ ଗାଁ ଲୋକେ ନିର୍ଭର କରିଥାନ୍ତି । ତେବେ କିଛି ନ୍ୟସ୍ତସ୍ୱାର୍ଥ୍ୟ ବ୍ୟକ୍ତି ପୋଖରୀ ଚାରିପଟେ ପାଚେରୀ ବୁଲାଇଛନ୍ତି । ଏପରିକି ଏହାରୁ ବିରୋଧ ନକରିବା ପାଇଁ ସ୍ଥାନୀୟ ଲୋକଙ୍କୁ ଧମକଚମକ ମଧ୍ୟ ଦେଉଛନ୍ତି । ଏହାପଛରେ ଓଟିଭି ଏମଡି ଜଗି ପଣ୍ଡାଙ୍କ ବାପା, ଭାଇ, ପ୍ରୋଜେକ୍ଟ ଇନଚାର୍ଜ ଅନୁଭବ ପଣ୍ଡାଙ୍କ ହାତ ରହିଛି । ଏପରିକି ଓଟିଭି ବିରୋଧରେ ଗଲେ ପରିମାଣ ଭୟାବହ ହେବ ବୋଲି କିଛି ପ୍ରଭାବଶାଳୀ ଏବଂ ଗୁଣ୍ଡାଶ୍ରେଣୀର ବ୍ୟକ୍ତି ଚେତାବନୀ ମଧ୍ୟ ଦେଇଛନ୍ତି । ଅଧିକାଂଶ ଅଭିଯୋଗକାରୀ ଗ୍ରାମବାସୀ ଅନୁସୂଚୀତ ଜାତିର ହୋଇଥିବାରୁ ସେମାନଙ୍କୁ ପାଟି ବନ୍ଦ କରିବାକୁ ଧମକ ଦିଆଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ସେମାନଙ୍କ ସ୍ୱାଭାବିକ ଜୀବନଯାପନରେ ବାଧକ ହେଉଥିବାରୁ  ସଂପୃକ୍ତ  ପୋଖରୀ ଚାରିପଟେ ଥିବା ପାଚେରୀକୁ ଭାଙ୍ଗିବା ସହ ଜବରଦଖଲ ମୁକ୍ତ କରିବାକୁ ଗ୍ରାମବାସୀମାନେ  ପୋଲିସ ପ୍ରଶାସନକୁ ନିବେଦନ କରିଛନ୍ତି । ଏହାସହ ଏହି ଘଟଣା ପଛରେ ଥିବା ନ୍ୟସ୍ତସ୍ୱାର୍ଥ୍ୟ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

ଅଭିଯୋଗ ପାଇ ବାଘମାରୀ ପୋଲିସ ଧାରା ୪୪୭, ୫୦୬,୩୪ ଆଇପିସି ଆଦି ବିଭିନ୍ନ ଧାରାରେ ମାମଲା ମାମଲା ରୁଜୁ କରିଛି ।ଏହାସହ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ପୋଲିସ ସୂଚନା ଦେଇଛି ।

   Related Posts