ଓଟିଭି ଏମ୍‌ଡି, ତାଙ୍କ ବାପା ଓ ଭାଇଙ୍କ ନାଁରେ ଜମି ଜବରଦଖଲ ଅଭିଯୋଗ, ଥାନାରେ ମାମଲା

Published By : Prameya-News7 Bureau | October 03, 2020 IST

ଖୋର୍ଦ୍ଧା ୦୩।୧୦: ଓଟିଭି ଏମ୍‌ଡିଙ୍କ ନାଁରେ ଥାନାରେ ମାମଲା । ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନାରେ ଅଭିଯୋଗ କରାଯାଇଛି । ଏସ୍‌ସି / ଏସ୍‌ଟି ଆଇନ୍‌ରେ ରୁଜୁ ହୋଇଛି ମାମଲା । ଖୋର୍ଦ୍ଧା ସାରୁଅରେ ଜମି ମାଡ଼ି ବସିଥିବା ମାମଲାରେ ଓଟିଭି ଏମ୍ ଡି ଜଗି ମଙ୍ଗତ ପଣ୍ଡାଙ୍କ ନାଁରେ ମାମଲାର ରୁଜୁ ହୋଇଛି ।

{"id":337925,"sizeSlug":"large"}

ଏଥି ସହିତ ଜଗି ମଙ୍ଗତ ପଣ୍ଡାଙ୍କ ବାପା ଓ ଭାଇଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏସ୍ ସି- ଏସ୍ ଟି ଆଇନ୍ ୩ (୧)(ଏଫ)(ଜି), ୨(ଭିଏ)  ଆଧାରରେ ଏହି ମାମଲା ରୁଜୁ ହୋଇଛି । ଆଇପିସିର ଧାରା ୪୪୭, ୫୦୬, ୩୪୧ ପିସି ରେ ମାମଲା ରୁଜୁ ହୋଇଛି ।  ଓଟିଭି ଏମ୍ ଡିଙ୍କ ବିରୋଧରେ ଜମି ମାଡ଼ିବସିଥିବା ଅଭିଯୋଗରେ ଜିଲାପାଳଙ୍କ ପାଖରେ ଫେରାଦ ହୋଇଥିଲେ ଗ୍ରାମବାସୀ।

{"id":337926,"sizeSlug":"large"}

୨୦୧୩ ରେ ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ ସାରୁଅ, ଜୟମଙ୍ଗଳ ଓ ଗୌଡ଼ପୁଟ ଗାଁରେ ଜମି କିଣିଥିଲେ । ସେଠାରେ ବଡ଼ ବଡ଼ ଘର ପାଚେରି, ପୋଖରୀ ଏବଂ ରାସ୍ତା ନିର୍ମାଣ କରିଥିଲେ । ତେବେ ରାସ୍ତା ବନ୍ଦ କରିଥିବାରୁ ଚାଷ ଜମିକୁ ଗାଁ ଲୋକେ ଯାଇ ପାରୁନଥିବା ଅଭିଯୋଗ ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.