Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ନିଶା ନିବାରଣ କେନ୍ଦ୍ର ବିରୋଧରେ ସାଂଘାତିକ ଅଭିଯୋଗ, ଯୁବକଙ୍କୁ ଜୋରଜବରଦସ୍ତି ଉଠାଇ ଆଣି ଦେଉଥିଲେ ଅକଥନୀୟ ନିର୍ଯାତନା !

31/05/2021 at 10:15 AM

ଉଦଳା।୫: ନିଶା ନିବାରଣ କେନ୍ଦ୍ର ବିରୋଧରେ ସାଂଘାତିକ ଅଭିଯୋଗ । ପରିବାରର ଚାପରେ ଜଣେ ଯୁବକଙ୍କୁ ନିଶା ନିବାରଣ କେନ୍ଦ୍ରକୁ ଆଣି ସେଠାରେ ତାଙ୍କୁ ଦିଆଯାଇଛି ଅକଥନୀୟ ନିର୍ଯାତନା । ଏହାକୁ ନେଇ ଯୁବକ ଜଣକ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜବରହମପୁର ଥାନା ଟାଙ୍ଗଣା ଗ୍ରାମର ଯୁବକ ସୁମନ ରାଏ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ । ପ୍ରେମ ବିବାହ ପରେ ଘର ଲୋକେ ବିରୋଧ କରିବା ସହିତ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ଉଦଳା ଥାନା ଅଧିନରେ ଥିବା ଆଶା ନିଶା ନିବାରଣ କେନ୍ଦ୍ରକୁ ପଠାଇଥିଲେ । ଯୁବକଙ୍କୁ ବିଚ୍‌ ରାସ୍ତାରୁ ଏକ କାରରେ ଜବରଦସ୍ତି ନିଶା ନିବାରଣ କେନ୍ଦ୍ରର କର୍ମଚାରୀ ଏବଂ ମାଲିକ ସୁମନଙ୍କୁ ମାରପିଟ କରି ଗାଡିରେ ଭର୍ତ୍ତି କରି ନିଶା ନିବାରଣ କେନ୍ଦ୍ରରେ ଆଣି ରଖିଥିଲେ । ସେଠାରେ ତାଙ୍କୁ ଖାଇବାକୁ ନ ଦେବା ସହିତ ତାଙ୍କ ହାତଗୋଡ ବାନ୍ଧି ଦେଇ ଏକ ଘର ଭିତରେ ଭର୍ତ୍ତି କରି ଦେଇଥିଲେ । ଏପରିକି ସେ ବିବାହ କରିଥିବା ଯୁବତୀଙ୍କୁ ଛାଡିଲେ ଯାଇ ତାଙ୍କୁ ନିଶା ନିବାରଣ କେନ୍ଦ୍ରରୁ ମୁକ୍ତି କରାଯିବ ବୋଲି ଧମକ ମଧ୍ୟ ଦେଇଥିଲେ ।

ଏପରିକି ନିର୍ଯ୍ୟାତନା ସହି ନପାରି ସୁମନ ଫିନାଇଲ ପିଇ ଗୁରୁତର ହୋଇଥିବା ବେଳେ ନିଶା ନିବାରଣ କେନ୍ଦ୍ର କର୍ତ୍ତୃପକ୍ଷ ତାଙ୍କୁ ଚିକିତ୍ସା କରାଇବା ପରିବର୍ତ୍ତେ ପୁଣି ଫିନାଇଲ ଆଣି ପିଇବାକୁ କହିଥିଲେ । ଏପରିକି ନିଶା ନିବାରଣ କେନ୍ଦ୍ରରେ ତାଙ୍କର ମୃତ୍ୟୁ ହେଲେ ସୁଦ୍ଧା କେହି ତାଙ୍କର କିଛି କରିପାରିବେ ନାହିଁ ବୋଲି ନିଶା ନିବାରଣ କେନ୍ଦ୍ର କର୍ତ୍ତୃପକ୍ଷ କହିଥିଲେ ।

ସୁମନଙ୍କ ସାଙ୍ଗ କିଛି ଦିନ ପରେ ସୁମନଙ୍କୁ ନିଶା ନିବାରଣ କେନ୍ଦ୍ରରୁ ମୁକୁଳାଇବା ପରେ ତାଙ୍କ ପ୍ରତି କେନ୍ଦ୍ରରେ ହୋଇଥିବା ଅକଥନୀୟ ଅତ୍ୟାଚାରକୁ ନେଇ ସେ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ନିଶା ନିବାରଣ କେନ୍ଦ୍ରରେ ସୁମନଙ୍କୁ ହାତଗୋଡ ବାନ୍ଧି ପକାଇ ରଖିବା ସହିତ ନିସ୍ତୁକ ମାଡ ମଧ୍ୟ ମରାଯାଇଥିବା ଅଭିଯୋଗ କରିଛନ୍ତି ସୁମନ । ଘଟଣା ବାବଦରେ ନିଶା ନିବାରଣ କେନ୍ଦ୍ର ଅଧିକାରୀ ବିଭିନ୍ନ ବାହାନା ଦେଖାଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

   Related Posts