ହିନ୍ଦୁ ଦେବତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଘଟଣା, ଚାରଣ ରାମଦାସଙ୍କ ନାଁରେ ଏତଲା ଦେଲା ବୈଦିକ ବ୍ରାହ୍ମଣ ପରିଷଦ

Published By : Prameya-News7 Bureau | April 29, 2021 IST

ଭଦ୍ରକ ୨୯।୪: ଘରୋଇ ଟେଲିଭିଜନ ଚ୍ୟାନେଲରେ ପ୍ରବଚନ ବେଳେ ହିନ୍ଦୁ ଦେବତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପାଇଁ ଏବେ ଅଡୁଆରେ ପ୍ରବଚକ । ବିଭିନ୍ନ ଥାନାରେ ଏତଲା ଦେଉଛି ବୈଦିକ ବ୍ରାହ୍ମଣ ପରିଷଦ ।

ସୂଚନାଯୋଗ୍ୟ ଯେ, ଏକ ଘରୋଇ ଟେଲିଭିଜନରେ ପ୍ରବଚନ କାର୍ଯ୍ୟକ୍ରମ ବେଳେ ହିନ୍ଦୁ ଦେବତା ଶ୍ରୀ ବିଷ୍ଣୁ ଓ ମହର୍ଷି ନାରଦଙ୍କ ପ୍ରତି ଅଶାଳୀନ ଓ ପରିହାସ ପୂର୍ଣ୍ଣ ମନ୍ତବ୍ୟ  ଦେଇଛନ୍ତି ପ୍ରବଚକ ଚାରଣ ରାମ ଦାସ । ଏହି ପ୍ରବଚନ ହିନ୍ଦୁମାନଙ୍କର ଧର୍ମୀୟ ଭାବନାକୁ ଆଘାତ ଦେଇଥିବା କହିଛି ବୈଦିକ ବ୍ରାହ୍ମଣ ପରିଷଦ । ତେବେ ଏହି ଅଶାଳୀନ ଓ ପରିହାସପୂର୍ଣ୍ଣ ମନ୍ତବ୍ୟ ପାଇଁ ପ୍ରବଚକ ଚାରଣ ରାମଦାସ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରିବା ସହ ପୁଣି ଯେମିତି କେବେ ସମାନ ବ୍ୟବହାର ନକରନ୍ତି ସେ ନେଇ ଦାବି ରଖିଛି ବୈଦିକ ବ୍ରାହ୍ମଣ ପରିଷଦ । ଏନେଇ ବୈଦିକ ବ୍ରାହ୍ମଣ ପରିଷଦର ଭଦ୍ରକ ଶାଖା ତରଫରୁ ଏକ ପ୍ରତିନିଧି ଦଳ ଭଦ୍ରକ ଟାଉନ ଥାନାରେ ଲିଖିତ ଏତଲା ଦେଇଛନ୍ତି । ଆଗାମୀ ଦିନରେ ସମ୍ପୃକ୍ତ ଟେଲିଭିଜନ ଯେମିତି ଏହିଭଳି କାର୍ଯ୍ୟକ୍ରମ ପ୍ରସାରଣ ନ କରେ ସେ ନେଇ ମଧ୍ୟ ତାଗିଦ କରିବ ବୈଦିକ ବ୍ରାହ୍ମଣ ପରିଷଦ । ତେବେ ଖୁବ୍ ଶୀଘ୍ର ପ୍ରବଚକଙ୍କୁ ଗିରଫ ଦାବି କରିଛି ବୈଦିକ ବ୍ରାହ୍ମଣ ପରିଷଦ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.