Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ପୁନମ୍ ପାଣ୍ଡେଙ୍କ ପରେ ଏବେ ମିଲିନ୍ଦ ସୋମନଙ୍କ ବିରୋଧରେ ମାମଲା ରୁଜୁ : ଗୋଆ ବିଚ୍‌ରେ ନଗ୍ନ ହୋଇ ଦୌଡ଼ିଥିବା ଅଭିଯୋଗ

7/11/2020 at 10:20 AM

ମୁମ୍ବାଇ ୭/୧୧: ବଲିଉଡ ଅଭିନେତା -ମଡେଲ୍ ମିଲିନ୍ଦ ସୋମନ ନିକଟରେ ଗୋଆ ବିଚ୍‌ରେ ନଗ୍ନ ହୋଇ ଦୌଡ଼ୁଥିବାର ନଜର ଆସିଥିଲେ। ସେ ଏହି ଫଟୋ ସୋସିଆଲ୍ ମିଡିଆ ଆକାଉଣ୍ଟରୁ ସେୟାର ମଧ୍ୟ କରିଥିଲେ। ଏବେ ଏହି ମାମଲାକୁ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ଫଟୋ ତାଙ୍କ ପତ୍ନୀ କ୍ଲିକ୍ କରିଥିଲେ ଏବଂ ଏହାର କ୍ୟାପସନରେ ମିଲିନ୍ଦ ଲେଖିଥିଲେ-୫୫ ଆଣ୍ଡ ରନିଂ।

ସାଉଥ ଗୋଆର ଏସପି ପଙ୍କଜ ସିଂହ କହିଛନ୍ତି ଯେ କୋଲଭା ପୋଲିସ୍ ଷ୍ଟେସନରେ ଆଇପିସିର ଧାରା ୨୯୪ ଏବଂ ଆଇଟି ଆକ୍ଟର ଧାରା ୬୭ ଅନୁସାରେ ମିଲିନ୍ଦ ସୋମନଙ୍କ ବିରୋଧରେ କେସ୍ ରେଜିଷ୍ଟାର କରାଯାଇଛି।ଧାରା ୨୯୪ ଅଶ୍ଳୀଳ ଅଭିନୟ ଏବଂ ଗୀତ ପାଇଁ ଏବଂ ଆଇଟି ଆକ୍ଟର ଧାରା ୬୭ ଅଶ୍ଳୀଳ ସାମଗ୍ରୀକୁ ଇଲେକ୍ଟୋନିକ୍ ଫର୍ମରେ ପବ୍ଲିଶ୍ ଏବଂ ସେୟାର କରିବା ବିରୋଧରେ ରହିଛି।

 ଏସପିଙ୍କ କହିବା ଅନୁସାରେ ଏହି ଅଭିଯୋଗ ଗୋଆ ସୁରକ୍ଷା ମଞ୍ଚ ଦ୍ବାରା ଦିଆଯାଇଥିବା ଅଭିଯୋଗ ପରେ ରୁଜୁ କରାଯାଇଛି। ନିକଟରେ ମଡେଲ୍-ଅଭିନେତ୍ରୀ ପୁନମ୍ ପାଣ୍ଡେଙ୍କ ବିରୋଧରେ ମଧ୍ୟ ଗୋଆରେ ନ୍ୟୁଡ ସୁଟ୍ କରିବା ବିରୋଧରେ ମାମଲା ରୁଜୁ କରାଯାଇଥିଲା।

   Related Posts