Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁକୁ ନିର୍ଯାତନା ଘଟଣା : ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଏତଲା ଦେଲେ ଅଙ୍ଗନଓ୍ବାଡି କର୍ମୀ

6/11/2019 at 10:08 AM

ଆନନ୍ଦପୁର ୬।୧୧: କେନ୍ଦୁଝର ଆନନ୍ଦପୁରରେ ଅଙ୍ଗନଓ୍ବାଡି କେନ୍ଦ୍ରରେ ଅଭିଭାବକଙ୍କ ଅଭାବନୀୟ କାଣ୍ଡ ଘଟଣାରେ ଥାନାରେ ଏତଲା ଦିଆଯାଇଛି ।

ପିଲାର ଖେଳଣା ନେଇଯିବାରୁ ଅଙ୍ଗନଓ୍ବାଡି କେନ୍ଦ୍ରରେ ପଶି ଶିଶୁକୁ ଦଣ୍ଡ ଦେଇଥିଲେ ଅଭିଭାବକ । ଏହି ଦଣ୍ଡ ଦେବାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ୍ ଶିବନାରାୟଣପୁର ଅଙ୍ଗନଓ୍ବାଡି କେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଜଣେ ଅଭିଭାବକ କିପରି ନିଷ୍ଠୁର ପାଲଟି ଯାଇଛନ୍ତି । ନିଷ୍ଠୁରତାର ସବୁ ସୀମା ଟପି ଯାଇଛନ୍ତି । ଖେଳଣା ଛଡାଇ ନେଇଥିବାରୁ କୋମଳମତି ବାଳକକୁ ଚାପୁଡା ମାରୁଛନ୍ତି, କାନ ମୋଡୁଛନ୍ତି । ସେତିକିରେ କିନ୍ତୁ ମନ ଶାନ୍ତ ହେଉନି ଯେ ପିଲାଟିର ୨ ଗୋଡ଼କୁ ଉପରକୁ ଟେକି ମୁଣ୍ଡ ତଳକୁ କରିଦେଉଛନ୍ତି । ପିଲାଟି କାନ୍ଦିଲେ ବି ତାକୁ ଛାଡୁ ନାହାନ୍ତି ।

ବେଶ୍ କିଛି ସମୟ ଧରି ବ୍ୟକ୍ତି ଜଣକ ଏପରି କରିଚାଲିଥିଲେ । ଅଙ୍ଗନଓ୍ବାଡି ଦିଦି ବାରଣ କରିଥିଲେ ମଧ୍ୟ ସଂପୃକ୍ତ ବ୍ୟକ୍ତି ଏହାକୁ ଭୃକ୍ଷେପ କରିନଥିଲେ । ପିଲାଟିକୁ ଧମକ ଚମକ ଦେଇ ଚାଲିଥିଲେ । ଏହି ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।

   Related Posts