ସାସଂଦ ଅନୁଭବ,ପଡୋଶୀ ମନ୍‌ଜିତ୍‌ ଦାସ କଳିଘଟଣା- ପୁରୀ ଘାଟ ଥାନାରେ ମନ୍‌ଜିତ୍‌ଙ୍କ ନାମରେ ମାମଲା ରୁଜୁ

Published By : Prameya-News7 Bureau | September 30, 2019 IST

କଟକ - ସାସଂଦ ଅନୁଭବ ମହାନ୍ତି ଓ ତାଙ୍କ ପଡୋଶୀ ଯୁବକ ମନଜିତ ଙ୍କ ମଧ୍ୟରେ ହୋଇଥିବା ଝଗଡା ଘଟଣାରେ ପୁରୀ ଘାଟ ଥାନାରେ ଏକ ମାମଲା ରୁଜୁ ହୋଇଛି । ସାସଂଦଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ମନ୍‌ଜିତ୍‌ ଖରାପ ବ୍ୟବହାର ଦେଖାଇବା ସହ ଖରାପ ଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗରେ ଦର୍ଶାଯାଇଛି ।

ଏହାସହ ସୋମବାର ସକାଳେ ପୋଲିସର ଦୁର୍ବ୍ୟବହାର ନେଇ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଟ୍ବିଟ୍ କରିଥିଲେ । ଟ୍ବିଟ୍ ଯୋଗେ ପୋଲିସ କମିଶନରଙ୍କୁ ଅଭିଯୋଗ କରିଥିଲେ ବିଜେଡି ସାଂସଦ ଅନୁଭବ ମହାନ୍ତି । ତାଙ୍କ କଟକ ସ୍ଥିତ ବାସଭବନ ଆଗରେ କିଛି ଦୁର୍ବୃତ୍ତ ଗଣ୍ଡଗୋଳ କରିବା ସହ ଗାଳିଗୁଲଜ କରିଥିଲେ । ସେ ଘଟଣାସ୍ଥଳକୁ ଯାଇ ବୁଝାଇବା ପାଇଁ ଚେଷ୍ଟା କରିବାରୁ ମଧ୍ୟ ଜଣେ ମନ୍‌ଜିତ ନାମର ଯୁବକ ତାଙ୍କୁ ବି ଗାଳି ଦେଇଥିବା ଅଭିଯୋଗ ହୋଇଛି ।ଏନେଇ ଅଭିଯୋଗ ପରେ ବି ପୁରୀଘାଟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅନୁଭବ ମହାନ୍ତି ଅଭିଯୋଗ କରିଛନ୍ତି ।

{"id":164825}

କେବଳ ସେତିକି ନୁହେଁ ପୁରୀଘାଟ ଆଇଆଇସି ଦୁର୍ବ୍ୟବହାର କରିଥିବା ମଧ୍ୟ ଅନୁଭବ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳକୁ ଆସି ଅନୁଧ୍ୟାନ କରିଥିଲେ ମଧ୍ୟ ପୁରୀଘାଟ ଆଇଆଇସି ଅଭିଯୁକ୍ତକୁ ଗିରଫ କରିନଥିବା ସାଂସଦ ଟ୍ୱିଟର ଆକାଉଣ୍ଟରେ ପୁଲିସ କମିଶନରଙ୍କୁ ଟ୍ୟାଗ କରି ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.