RSSକୁ ତାଲିବାନ ସହ ତୁଳନା ପଡିଲା ମହଙ୍ଗା, ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତାରଙ୍କ ବିରୁଦ୍ଧରେ ମାମଲା ରୁଜୁ

Published By : Prameya-News7 Bureau | October 04, 2021 IST

ନୂଆଦିଲ୍ଲୀ ୦୪/୧୦ : ଆରଏସ୍ଏସ୍‌ ବିରୋଧରେ ବିବାଦୀୟ ଟିପ୍ପଣୀ ଦେବା ବଲିଉଡର ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତାରଙ୍କୁ ଅଡୁଆରେ ପକାଇଛି । ଏହି ମାମଲାରେ ଏବେ ମାମଲା ରୁଜୁ କରିଛି ମୁମ୍ବାଇ ପୋଲିସ । ସ୍ଥାନୀୟ ଜଣେ ଆଇନଜୀବୀ ସନ୍ତୋଷ ଦୁବେଙ୍କ ଅଭିଯୋଗ କ୍ରମେ ମାମଲଶ ରୁଜୁ କରିଛି ପୋଲିସ ।

ସୂଚନା ଅନୁସାରେ, ଆର୍‌ଏସ୍‌ଏସ୍‌କୁ ତାଲିବାନ ସହିତ ତୁଳନା କରିଥିଲେ ଜାଭେଦ ଅଖତାର । ଯାହାକୁ ନେଇ ତମ୍ବି ତୋଫାନ ଆରମ୍ଭ ହୋଇଥିଲା । ଏବେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବା ପରେ ସେ ଗିରଫ ହେବାଭଳି ପରିସ୍ଥିତି ସୃଷ୍ଟି ହୋଇଛି । ସୋସିଆଲ ମିଡିଆରେ ବେଶ ସକ୍ରିୟ ରୁହନ୍ତି ଜାଭେଦ ଅଖତାର । ତା ଛଡା ଅନେକ ସମୟରେ ସୋସିଆଲ ମିଡିଆରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରୁହନ୍ତି । କିନ୍ତୁ ଏବେ ତାଙ୍କର ବୟାନ ହିଁ ତାଙ୍କ ପାଇଁ କାଳ ହେବାକୁ ଯାଉଛି । RSSକୁ ତାଲିବାନ ସହିତ ତୁଳନା କରିବା ପରେ ମୁମ୍ବାଇ ପୋଲିସ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ଖବର ସରବରାହ ସଂସ୍ଥା ଏଏନ୍‌ଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ନିଜ ବୟାନରେ ଜଣେ ପୋଲିସ ଅଧିକାରୀ କହିଛନ୍ତି ମୁଲନ୍ଦ ଥାନାରେ ସନ୍ତୋଷ ଦୁବେ ନାମକ ଜଣେ ଆଇନଜୀବୀ ଜାଭେଦ ଅଖତାରଙ୍କ ବିରୁଦ୍ଧରେ ମାମଲା ରୁଜୁକରିଥିଲେ । ତେବେ ତାଙ୍କ ବିରୁଦ୍ଧରେ ଦଫା ୫୦୦(ମାନହାନି ପାଇଁ ଦଣ୍ଡ) ଆଧାରରେ ପ୍ରାଥମିକ ଭାବେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଛି ମୁମ୍ବାଇ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.