ଯାଜପୁର୨୬|୧୦: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣା । ଯାଜପୁର ଏସ.ପି ଚରଣ ସିଂ ମୀନା ଙ୍କ ବିବୃତ୍ତିକୁ ନେଇ ପ୍ରତିକ୍ରିୟା ପ୍ରକାଶ କଲା ବିଜେପି । ଏନେଇ ଏସ.ପି ଙ୍କ ନାମରେ ବିଭିନ୍ନ ଥାନାରେ ଫୌଜଦାରୀ ମାମଲା ରୁଜୁ କରିବାକୁ ବିଜେପି ପକ୍ଷରୁ ଏତଲା ପ୍ରଦାନ କରାଯାଇଛି । ଥାନା ଅଧିକାରୀ ମାନଙ୍କ ନିକଟରେ ଏହି ଏତଲା ଦିଆଯାଇଛି ।
{"id":175212}ଘଟଣାର ତଦନ୍ତ ନହେଉଣୁ ଯାଜପୁର ଏସପି ବେପରୁଆ ଢ଼ଙ୍ଗରେ ଗଣମାଧ୍ୟମ ସାମ୍ନା ନିଜର ପ୍ରତିକ୍ରିୟା ରଖିଥିଲେ। ପିଇଓ ସ୍ମିତାରାଣୀଙ୍କ ହତ୍ୟାକୁ ଆତ୍ମହତ୍ୟାର ରୂପରେଖ ଦେଇଥିଲେ। ଏସପିଙ୍କ ତୁଣ୍ଡରୁ ଏଭଳି ପ୍ରତିକ୍ରିୟା ବାହାରିବା ପରେ ଯାଜପୁର ଜିଲ୍ଲାରେ ତୀବ୍ର ଅନ୍ତୋଷ ଦେଖିବାକୁ ମିଳିଥିଲା।
{"id":175214}ଯାଜପୁରର ଅନ୍ୟ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏହାକୁ ସେନ୍ସଟିଭ୍ ମର୍ଡର କେସ୍ କହୁଥିବା ବେଳେ ଖୋଦ୍ ଏସପି ଚରଣ ସିଂହ ମୀନା ଏହାକୁ ଆତ୍ମହତ୍ୟା ବୋଲି କହିଛନ୍ତି। ଏନେଇ ଆଜି ଯାଜପୁର ଏସପିଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ବିଜେପି ପକ୍ଷରୁ ଏତଲା ପ୍ରଦାନ କରାଯାଇଛି
{"id":175215}ସେପଟେ ଗତକାଲି ଏହି ଘଟଣାରେ ସ୍ମିତାରାଣୀଙ୍କ ମୃତ୍ୟୁ ଘଟିଥିବା ରୂପେସ୍ ଭଦ୍ରଙ୍କ ଗେଷ୍ଟହାଉସ୍ ଧର୍ମଶାଳା ତହସିଲଦାରଙ୍କ ଦ୍ବାରା ସିଲ୍ କରାଯିବା ସହ ୧୪୪ଧାରା ଜାରି କରାଯାଇଛି ।
{"id":175216}ଯାଜପୁର, ମଙ୍ଗଳପୁର ଥାନାରେ ଗୌତମ ରାୟ, କୋରାଇ, ପାଣିକୋଇଲି, ଯାଜପୁର ରୋଡ ଥାନାରେ ବିଶ୍ବଜିତ୍ ନାୟକ, ବଡଚଣା,ବାଲିଚନ୍ଦ୍ରପୁର ଥାନାରେ ଅମର ନାୟକ, ଧର୍ମଶାଳାରେ ତୁଷାର ପରିଡା, ବିଂଝାରପୁରରେ ବବିତା ମଲ୍ଲିକ, ସୁକିନ୍ଦା, କାଳିଆପାଣି, ଟମକା,କଳିଙ୍ଗନଗର ଥାନାରେ ପ୍ରଦୀପ ବଳସାମନ୍ତ,ବରୀରେ ବିଶ୍ବରଞ୍ଜନ ମଲ୍ଲିକଙ୍କ ନେତୃତ୍ବରେ ଏତଲା ଦିଆଯାଇଛି।
{"id":175217}