Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଅଭିନେତା ଜ୍ୟାକି ଭାଗ୍ନାନୀଙ୍କ ସମେତ ୯ ଜଣଙ୍କ ବିରୋଧରେ ଏଫଆଇଆର୍ ଦାଖଲ୍: ମଡେଲ୍ କଲେ ବଳାତ୍କାର ଅଭିଯୋଗ

31/05/2021 at 2:04 PM

ନୂଆଦିଲ୍ଲୀ ୩୧/୦୫: ବଲିଉଡ ଅଭିନେତା ଜ୍ୟାକି ଭାଗ୍ନାନୀ ସମସ୍ୟାରେ ଫସି ଯାଇଛନ୍ତି । ତାଙ୍କ ଉପରେ ମୁମ୍ବାଇର ଏକ ମଡେଲ ବଳାତ୍କାର ଓ ନିର୍ଯାତନାର ଅଭିଯୋଗ ଆଣିଛନ୍ତି । କେବଳ ଜ୍ୟାକି ଭାଗ୍ନାନୀ ନୁହଁନ୍ତି ତାଙ୍କ ସହ କ୍ୱାନ୍ ଏଣ୍ଟରଟେନମେଣ୍ଟର ଫାଉଣ୍ଡରଙ୍କ ସମେତ ୯ ଜଣଙ୍କ ଉପରେ ବଳାତ୍କାର ଓ ଉତ୍ପୀଡନ ଅଭିଯୋଗ ଦାଖଲ କରାଯାଇଛି। ଏହି ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ମଧ୍ୟରେ କ୍ୱାନ୍ ଏଣ୍ଟରଟେନମେଣ୍ଟର ପ୍ରତିଷ୍ଠାତା ଅନିର୍ବାନ୍ ବ୍ଲାହ, ଜ୍ୟାକି ଭାଗ୍ନାନୀ, ଅଜିତ ଠାକୁର କୃଷ୍ଣ କୁମାର, ନିଖିଲ କାମତ, ବିଷ୍ଣୁ ବର୍ଦ୍ଧନ ଇନ୍ଦୁରୀ, ଶୀଲ ଗୁପ୍ତା ଏବଂ ଗୁରୁଜ୍ୟୋତ ସିଂ ଅଛନ୍ତି।

PunjabKesari

ସୂଚନା ଅନୁଯାୟୀ, ମଡେଲ ଜଣଙ୍କ ଅଭିଯୋଗ କରିଛନ୍ତି ଯେ ୨୦୧୪ ରୁ ୨୦୧୮ ମଧ୍ୟରେ କୋଲଷ୍ଟନ୍ ଜୁନିୟନ୍ ମଡେଲିଂରେ ସୁଯୋଗ ଦେବା ନାମରେ ତାଙ୍କୁ ବଳାତ୍କାର କରିଥିଲେ। ଜ୍ୟାକି ଭାଗନାନି ତାଙ୍କୁ ବାନ୍ଦ୍ରାଠାରେ, ନିଖିଲ କାମତ ତାଙ୍କୁ ସାଣ୍ଟାକ୍ରୁଜର ଫାଇଭ୍ ଷ୍ଟାର ହୋଟେଲରେ ଏବଂ ୨୦୧୫ ରେ ଶୀଲ ଗୁପ୍ତା ଅନ୍ଧେରୀର ଏକ କୋଠାରେ ବଳତ୍କାର କରିଥିଲେ।

ମଡେଲ ଜଣଙ୍କ ଆହୁରି ପ୍ରକାଶ କରିଛନ୍ତି ଯେ ଅଜିତ ଠାକୁର ୨୦୧୮ ରେ ଭିଲେ ପାର୍ଲର ଏକ କୋଠାରେ ତାଙ୍କୁ ବଳାତ୍କାର କରିଥିଲେ। ଆଇପିସିର ଧାରା ୩୭୮ (ଏନ୍), ୩୫୪ ଏବଂ ୩୪ ଅନୁଯାୟୀ ଏକ ମାମଲା ବାନ୍ଦ୍ରା ପୋଲିସ ଷ୍ଟେସନରେ ରୁଜୁ ହୋଇଛି।

   Related Posts