ଇସ୍କନ ବିରୋଧରେ ସିଂହଦ୍ବାର ଥାନାରେ ଏତଲା

Published By : Prameya-News7 Bureau | September 08, 2019 IST

ପୁରୀ ୮।୯ -ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରାକୁ ବିରୋଧ କରି ପୁରୀ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି। ଶ୍ରୀଜଗନ୍ନାଥ ସେନା ଓ ସଚେତନ ନାଗରିକ ମଂଚ ପକ୍ଷରୁ ଆଜି ସଂନ୍ଧ୍ୟାରେ ଏହି ଏତଲା ଦିଆଯାଇଛି।

ପଞ୍ଜାବର ଲୁଧିୟାନା ସହରରେ ଇସ୍କନ୍ ସଂସ୍ଥାର ଅମିତ୍ ଗର୍ଗ ଅଦିନିଆରେ ରଥଯାତ୍ରା କରି ଶ୍ରୀଜଗନ୍ନାଥ ସଂସ୍କୃତି ସହ ଭକ୍ତଙ୍କ ଭାବାବେଗକୁ ଅପମାନିତ କରିଥିବା ଏତଲାରେ ଦର୍ଶାଯାଇଛି। ବିଧିବିଧାନ ଅନୁଯାୟୀ ଆଷାଢ଼ ଶୁକ୍ଳ ତୃତୀୟାରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେଉଥିବା

ବେଳେ ଲୁଧିୟାନାରେ  ଇସ୍କନ ପକ୍ଷରୁ ନଭେମ୍ୱର ୧୭ ତାରିଖରେ କିଭଳି ରଥାଯାତ୍ରା କରିବେ ସେନେଇ ବିରୋଧ ହୋଇଛି। ଶ୍ରୀଜଗନ୍ନାଥ ସଂସ୍କୃତିକୁ ଅପମାନ କରିଥିବାରୁ ଆଇପିସିର ଦଫା ୧୫୩ କ, ୧୨୦ ବି, ୨୯୫ ଏ, ୨୯୬, ୨୯୭ ଓ ୨୯୮ ଦଫାରେ ମାମଲା ରୁଜୁ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.