ସ୍ତ୍ରୀଙ୍କୁ କହୁଥିଲେ ମୋଟି, ସ୍ବାମୀଙ୍କ ବିରୋଧରେ ମାମଲା ରୁଜୁ; ଜାଣନ୍ତୁ ପୂରା ଘଟଣା

Published By : Prameya-News7 Bureau | August 31, 2019 IST

ରାଜକୋଟ ୩୧।୮: ଗୁଜୁରାଟର ରାଜକୋଟରେ ୩୦ ବର୍ଷ ବୟସ୍କା ମହିଳା ନିଜ ସ୍ବାମୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ମହିଳା ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ବାମୀ ତାଙ୍କୁ ମୋଟି କହୁଥିଲେ ଏବଂ ତାଙ୍କୁ ଆଧୁନିକ ପୋଷାକ ପିନ୍ଧିବାକୁ ଦେଉନଥିଲେ । ସେ ଛୋଟ ପୋଷାକ ପିନ୍ଧିଲେ ତାଙ୍କୁ ନିର୍ଯାତନା ଦେଉଥିଲେ । ପୋଲିସ ମହିଳାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସଂପୃକ୍ତ ମହିଳା ଜଣଙ୍କ ଏକ ଘରୋଇ ବ୍ୟାଙ୍କରେ କାମ କରୁଛନ୍ତି । ମହିଳା ଜଣଙ୍କ କହିଛନ୍ତି ଯେ, ୨୦୧୭ ମସିହା ଡିସେମ୍ବର ୧୦ ତାରିଖରେ ନାରାୟଣପୁରାରେ ନିବାସୀ ଜଣେ ଯୁବକଙ୍କ ସହ ତାଙ୍କର ବିବାହ ହୋଇଥିଲେ । ବିବାହର ଏକ ମାସ ପରେ ହିଁ ସ୍ବାମୀ ତାଙ୍କୁ ମୋଟା କହି ଚିଡାଇବା ଆରମ୍ଭ କରିଦେଇଥିଲେ । ତାଙ୍କୁ ଛୋଟ ପୋଷାକ ପିନ୍ଧିବାକୁ ମନା କରୁଥିଲେ । ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ସେ ଏସବୁର ବିରୋଧ କରିବାରୁ ତାଙ୍କ ସ୍ବାମୀ ତାଙ୍କ ସହ ମାରପିଟ କରୁଥିଲେ ।

ମହିଳା ଜଣଙ୍କ କହିଥିଲେ ଯେ, ତାଙ୍କ ସ୍ବାମୀ ତାଙ୍କୁ ପସନ୍ଦ କରୁନଥିଲେ । ସେ ଏସବୁ ସହୁଥିଲେ କାହିଁକି ନା ତାଙ୍କ ବୈବାହିକ ଜୀବନ ଭଲରେ କଟୁ ବୋଲି ସେ ଚାହୁଁଥିଲେ । ମହିଳା ଜଣଙ୍କ ଏହା ମଧ୍ୟ କହିଥିଲେ ଯେ, ତାଙ୍କ ସ୍ବାମୀ ତାଙ୍କୁ ଗାଡି ଏବଂ ଲାପଟପ୍ ଦେବାକୁ ଦାବି କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.