Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • Australian Open 2022 ଟାଇଟଲ୍ ଜିତିଲେ ଏଶ୍ଲେ ବାର୍ଟି, ଦେଶ ପାଇଁ ରଚିଲେ ଇତିହାସ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||
  • ମୋରଡା : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ସ୍କର୍ପିଓ, ୪ ଗୁରୁତର ମେଡିକାଲରେ ଭର୍ତ୍ତି
  • ||

ରାମଦେବଙ୍କ ବିରୋଧରେ ଠକେଇ ଅଭିଯୋଗ : କୋଭିଡ଼-୧୯ର ‘ଔଷଧ’ ଦାବି, ବାବା-ପତଞ୍ଜଳି MDଙ୍କ ସମେତ ୫ଜଣଙ୍କ ନାଁରେ FIR

29/06/2020 at 9:36 AM

ଜୟପୁର ୨୯।୦୬: ବଢିଲା ରାମଦେବଙ୍କୁ ଅଡୁଆ । ରାଜସ୍ଥାନରେ ଯୋଗଗୁରୁ ବାବା ରାମଦେବ, ପତଞ୍ଜଳି ଆୟୁର୍ବେଦର ସିଇଓ ଆଚାର୍ଯ୍ୟ ବାଳକୃଷ୍ଣ ଓ ଅନ୍ୟ ତିନିଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କରୋନା ରୋଗ ଠିକ୍‌ ହେବା ପାଇଁ ଔଷଧ ପ୍ରସ୍ତୁତ କରିଥିବା ଦାବିକୁ ବିରୋଧ କରି ଥାନାରେ FIR ରୁଜ୍ଜୁ ହୋଇଛି । ଲୋକଙ୍କୁ ଠକିବା ଅଭିଯୋଗରେ ଯୋଗ ଗୁରୁ ରାମଦେବଙ୍କ ସହ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଜୟପୁରର ଜ୍ୟୋତି ନଗର ପୋଲିସ ଷ୍ଟେସନରେ ଏନେଇ ଏଫ୍ଆଇଆର୍ ଦାଖଲ କରାଯାଇଛି ।

FIRରେ ତାଙ୍କ ସହଯୋଗୀ ତଥା ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍ ର ପରିଚାଳନା ନିର୍ଦ୍ଦେଶକ ବାଲକ୍ରିଷ୍ଣା ପତଞ୍ଜଳିର କର୍ମଚାରୀ ଅନୁରାଗ ଭାରସନି, ଜୟପୁର ସ୍ଥିତ NIMS ଅଧ୍ୟକ୍ଷ ତଥା ନିର୍ଦ୍ଦେଶକ ବଲଭୀର ସିଂ ତୋମାର ଏବଂ ଅନୁରାଗ ସିଂ ଟୋମର ଅଛନ୍ତି । ବିନା  ଅନୁମୋଦନରେ କୋଭିଡ୍-୧୯ ଚିକିତ୍ସା ପାଇଁ ଆୟୁର୍ବେଦ ଔଷଧର ବଜାର ପ୍ରବେଶ କରାଇଥିବା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି ।

ଜୟପୁରର ଜଣେ ଓକିଲ NIMS ରେ କୋଭିଡ୍ -19 ରୋଗୀଙ୍କ ଉପରେ ହୋଇଥିବା କ୍ଲିନିକାଲ୍ ପରୀକ୍ଷା ଉପରେ ପ୍ରଶ୍ନ କରିଥିଲେ। ଜୁନ୍ ୨୩ ରେ ହରିଦ୍ୱାରରେ କରୋନାକୁ ଆରୋଗ୍ୟ କରିବା ପାଇଁ ପ୍ରଥମ ଆୟୁର୍ବେଦିକ ଔଷଧ ଉନ୍ମୋଚନ କରିଥିଲେ ରାମଦେବ  । ଯେଉଁଥିରେ ରାମଦେବ କହିଥିଲେ ଯେ କରୋନିଲ ଟାବଲେଟ୍, ସ୍ବସରୀ ବଟି ଏବଂ ଅନୁ ତୈଲ କରୋନା ରୋଗୀଙ୍କ କ୍ଷେତ୍ରରେ ଶତ ପ୍ରତିଶତ ଫଳପ୍ରଦ ହୋଇଛି । ପରବର୍ତ୍ତୀ ସମୟରେ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ନିର୍ଦ୍ଦିଷ୍ଟ ଔଷଧ ବିଷୟରେ ସବିଶେଷ ତଥ୍ୟ ମାଗିବା ସହ ​ ପତଞ୍ଜଳି ଏବଂ ରାମଦେବଙ୍କୁ ଏହି ଦାବିଗୁଡିକର ବିଜ୍ଞାପନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା।

   Related Posts