Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ସଲମାନ ଖାନ, ଅକ୍ଷୟ କୁମାର, ଅଜୟ ଦେବଗନଙ୍କ ସମେତ ଅନେକ ବଲିଉଡ କଳାକାର ଓ କ୍ରିକେଟର୍ସଙ୍କ ବିରୋଧରେ ମାମଲା ରୁଜ୍ଜୁ

7/09/2021 at 5:34 PM

ହାଇଦ୍ରାବାଦ ୦୭/୦୯ : ୨୦୧୯ ରେ ହାଇଦ୍ରାବାଦର ଏକ ଗଣଦୁଷ୍କର୍ମ ମାମଲାକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା। ପୀଡିତାଙ୍କୁ ନ୍ୟାୟ ଦେବାକୁ ଦେଶର ଲକ୍ଷ ଲକ୍ଷ ଜନତା ସ୍ୱର ଉଠାଇଥିଲେ। ଏମାନଙ୍କ ମଧ୍ୟରେ କିଛି ସେଲିବ୍ରିଟି ମଧ୍ୟ ସାମିଲ ଥିଲେ। ସଲମାନ ଖାନ, ଅଜୟ ଦେବଗନ, ଅକ୍ଷୟ କୁମାର, ଅଭିଷେକ ବଚ୍ଚନଙ୍କ ଭଳି ଅନେକ କଳାକାର ମଧ୍ୟ ପୀଡିତାଙ୍କ ନ୍ୟାୟ ପାଇଁ ସ୍ୱର ଉଠାଇଥିଲେ। ଅନେକ ଲୋକ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଫଟୋ ମଧ୍ୟ ସେୟାର କରିଥିଲେ। ଦୁଷ୍କର୍ମ ପୀଡିତାଙ୍କ ପରିଚୟ ଉଜାଗର କରିଥିବା ଯୋଗୁଁ ବଲିଉଡ କଳାକାରଙ୍କ ସହ ୩୮ ସେଲିବ୍ରିଟିଙ୍କ ବିରୋଧରେ ଏଫଆଇଆର ରୁଜ୍ଜୁ ହୋଇଛି।

ଦିଲ୍ଲୀ ଓକିଲ ଗୌରବ ଗୁଲାଟି ଏମାନଙ୍କ ବିରୋଧରେ ଥାନାରେ ମାମଲା ରୁଜ୍ଜୁ କରିଛନ୍ତି। ଏଥିରେ ବଲିଉଡ କଳାକାରଙ୍କ ଛଡା ଟଲିଉଡ଼ କଳାକାର, କ୍ରିକେଟର୍ସ ଓ ଆରଜେ ମଧ୍ୟ ସାମିଲ ଅଛନ୍ତି। ଗୌରବ କହିଛନ୍ତି, ଏହି କଳାକାରମାନେ ଜନତାଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ଉଚିତ। କିନ୍ତୁ ଏମାନେ ନିଜେ ଆଇନ ଭାଙ୍ଗି ଦୁଷ୍କର୍ମ ପୀଡିତାଙ୍କ ପରିଚୟ ଉଜାଗର କରିଛନ୍ତି। ଏ ସମସ୍ତ ସେଲିବ୍ରିଟିଙ୍କୁ ଗିରଫ କରାଯିବା ଉଚିତ।

ଓକିଲ ଗୌରବ ଗୁଲାଟି ସଲମାନ ଖାନ, ଅକ୍ଷୟ କୁମାର, ଅଜୟ ଦେବଗନ, ଅଭିଷେକ ବଚ୍ଚନ, ଫରହାନ ଅଖତର, ଅନୁପମ ଖେର, ପରିଣୀତି ଚୋପ୍ରା, ଦିୟା ମିର୍ଜା, ସ୍ଵରା ଭାସ୍କର, ୟାମୀ ଗୌତମ, ରକୁଲ ପ୍ରୀତ ସିଂହ, କାଜଲ ଅଗ୍ରୱାଲ, ହଂସିକା ମୋଟୱାନି, ପ୍ରିୟା ମଲିକ, ଅରମାନ ମଲିକ, କରଣବୀର ବୋହରା, ମଧୁର ଭଣ୍ଡାରକର, ତାଲିମ ଅଭିନେତା ରବି ତେଜା, କ୍ରିକେଟର ହରଭଜନ ସିଂହ, ଶିଖର ଧୱନ, ନିଧି ଅଗ୍ରୱାଲ, ଚାର୍ମୀ କୌର, ଆରଜେ ସାଇମାଙ୍କ ବିରୋଧରେ ଏଫଆଇଆର ରୁଜ୍ଜୁ କରିଛନ୍ତି। 

୨୦୧୯ ନଭେମ୍ବର ୨୮ ତାରିଖ ରାତିରେ ହାଇଦ୍ରାବାଦରେ ଜଣେ ଭେଟେନାରୀ ଡାକ୍ତରଙ୍କୁ ଅପହରଣ କରାଯାଇଥିଲା। ୪ ଅଭିଯୁକ୍ତ ପୀଡିତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ ଓ ତାଙ୍କୁ ନିଆଁ ଲଗାଇ ଦେଇଥିଲେ। ମାମଲା ସାରା ଦେଶକୁ ଦୋହଲାଇ ଦେଇଥିଲା। ଘଟଣାର ଦୁଇ ଦିନ ଭିତରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।

ସିନ ରିକ୍ରିଏସନ ସମୟରେ ପଳାଇବାକୁ ଚେଷ୍ଟା କଲାବେଳେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଥିଲା। ଏହି ମାମଲାକୁ ଦିଶା ଗଣଦୁଷ୍କର୍ମ ମାମଲା ନାଁ ଦିଆଯାଇଥିଲା। ଏହି ମାମଲାରେ ସେଲିବ୍ରିଟି ଟ୍ୱିଟ କରିଥିଲେ ଓ ପୀଡିତାଙ୍କ ନାଁ ଉଜାଗର କରିଥିଲେ।

   Related Posts