Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କ୍ଷୁଦ୍ର ଜଳ ଛାୟା ସଂସ୍ଥାର ଲକ୍ଷାଧିକ ଟଙ୍କା ଆତ୍ମସାତ ଅଭିଯୋଗ, ବ୍ଲକ୍ ସଭାପତିଙ୍କ ନାମରେ ମାମଲା ରୁଜୁ

12/09/2021 at 9:32 PM

ରାଇରଙ୍ଗପୁର, ୧୨/୦୯: ରାଇରଙ୍ଗପୁରରେ କ୍ଷୁଦ୍ର ଜଳଛାୟା ସଂସ୍ଥାର ଲକ୍ଷାଧିକ ଟଙ୍କା ଋଣ ଆଦାୟ ଅର୍ଥ ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ତିରିଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା।

ସୂଚନାଯୋଗ୍ୟ ଯେ, ତିରିଙ୍ଗ ବ୍ଲକ ଖୁଦ୍ର ଜଳଛାୟା ସଂସ୍ଥା ତରଫରୁ ବିନା ସୁଧରେ ଛଅଟି ସ୍ବୟଂ ସହାୟକ ଗୋଷ୍ଠୀକୁ ଦେଢ଼ ଲକ୍ଷ ଟଙ୍କା ଋଣ ଯୋଗାଇ ଦିଆ ଯାଇଥିଲା। ତିରିଙ୍ଗ ବ୍ଲକ ଟାଙ୍ଗର ସାହିର ମହିଳା ସଦସ୍ୟା ମାନଙ୍କ ପାଖରୁ ଋଣ ପରିଶୋଧ ଅର୍ଥ ଜମା କରିବାକୁ କହି ଛଅ ଗୋଟି ଏସଏସଜି ଗ୍ରୁପ ପାଖରୁ ୨୫ ହଜାର ଟଙ୍କା ଲେଖାଏଁ ଦେଢ଼ ଲକ୍ଷ ଟଙ୍କା ଆଦାୟ କରିଥିଲେ ବ୍ଲକ ସଭାପତି ଜୟ ଶଙ୍କର ମହାନ୍ତ । ସଭାପତିଙ୍କ କଥାରେ ବିଶ୍ୱାସ କରି ଋଣ ଅର୍ଥ ତାଙ୍କ ନିକଟରେ ଜମା କରିଥିଲେ। କିନ୍ତୁ ସଭାପତି ମୋହଦୟ ବ୍ୟାଙ୍କ ଖାତାରେ ଜମା କରିବା ପରିବର୍ତ୍ତେ ସମସ୍ତ ଅର୍ଥକୁ ଆତ୍ମସାତ କରିଦେଲେ ।

ପରେ ଜଳ ଛାୟା ସଂସ୍ଥା ତରଫରୁ ଋଣ ଅର୍ଥ ଆଦାୟ ପାଇଁ ନୋଟିସ ଆସିବାରୁ ଅସଲ କଥା ଜଣାପଡିଲା। ପ୍ରଥମେ ଗୋଟେ ରାଜନୈତିକ ଦଳର ନେତା ପରିଚୟ ଦେଇ ଧମକାଇବାକୁ ଚେଷ୍ଟା କରି ବିଫଳ ହେଲା ପରେ ଟଙ୍କା ପରିଶୋଧ କରିବାର ପ୍ରତିଶ୍ରୁତି ଦେଇ ଠକି ଚାଲିଥିଲେ । କିନ୍ତୁ ଶେଷରେ ଜୟ ଶଙ୍କର ମହାନ୍ତଙ୍କ ଉପରୁ ବିଶ୍ବାସ ହରାଇ ଆଜି ତିରିଙ୍ଗ ଥାନାରେ ମହିଳାମାନେ ଲିଖିତ ଅଭିଯୋଗ କରିବା ପରେ ସଭାପତିଙ୍କ ନାମରେ ଠକେଇ ଅଭିଯୋଗ ନେଇ ଏକ ମାମଲା ରୁଜୁ ହୋଇଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନେବାର ପ୍ରତିଶ୍ରୁତି ଦେଇଛନ୍ତି ତିରିଙ୍ଗ ଥାନାଧିକାରୀ ପ୍ରଫୁଲ୍ଲ ବାରିକ।

   Related Posts