ପୁରୀ ଲୋକସଭାରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ନାଁରେ ମାମଲା ରୁଜୁ କଲା ନିର୍ବାଚନ ଫ୍ଲାଇଂ ସ୍କ୍ବାର୍ଡ

Published By : Prameya-News7 Bureau | April 18, 2019 IST

ପୁରୀ ୧୮|୪: ପୁରୀ ଲୋକସଭାରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ନାଁରେ ମାମଲା ରୁଜୁ କଲା ନିର୍ବାଚନ ଫ୍ଲାଇଁ ସ୍କ୍ବାର୍ଡ । ଧର୍ମୀୟ ଭାବନାକୁ ଆକ୍ଷେପ କରି ନିର୍ବାଚନ ପ୍ରଚାର କରିବା ଅଭିଯୋଗରେ ତାଙ୍କ ନାଁରେ ଏତଲା ଦିଆଯାଇଛି। ପୂର୍ବରୁ ବିଜେଡି ଓ କଂଗ୍ରେସ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିବା ବେଳେ ଫ୍ଲାଇଂ ସ୍କ୍ବାର୍ଡ ମାମଲା ରୁଜୁ କରିବାରୁ ସମ୍ବିତଙ୍କ ପାଇଁ ଅଡୁଆ ବଢ଼ିପାରେ।    

{"id":104605}

ଭୋଟ୍ ଲାଗି ଜଗାକୁ ଧରିଥିଲେ । ଜଗା ନାଁରେ ଭୋଟ୍ ମାଗିଥିଲେ । ଭୋଟ୍ କଣ ମିଳିବ, ତାହା ତ ମେ ୨୩ର ଫଳ କହିବ, ହେଲେ ଏହା ଏବେ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଲାଗି ଆଇନର ଅଡ଼ୁଆ ତିଆରି କଲାଣି । ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ଧରି ସମ୍ବିତଙ୍କ ନିର୍ବାଚନୀ ପ୍ରଚାରକୁ ନେଇ ଦେଖା ଦେଇଛି ବିବାଦ ।  ପୁରୀ ସମୂଦ୍ରକୂଳ ଥାନାରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି । ଖୋଦ୍ ନିର୍ବାଚନ କମିଶନଙ୍କ ଫ୍ଲାଇଁ ସ୍କ୍ୱାର୍ଡ୍ ଅଧିକାରୀ  ବିଜୟ କୁମାର ଜେନା  ଥାନାରେ ଏତଲା ଦେଇଛନ୍ତି ।  ସମ୍ବିତ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ସେ ଅଭିଯୋଗ କରିଛନ୍ତି । ଏହି ଏତଲା ଆଧାରରେ ମାମଲା ରୁଜୁ କରି  ତଦନ୍ତ କରାଯାଉଥିବା ପୁରୀ ଏସପି କହିଛନ୍ତି ।

{"id":104772}

ଜଗନ୍ନାଥଙ୍କୁ ଧରି ସମ୍ବିତଙ୍କ ପ୍ରଚାରକୁ ନେଇ ଆପତ୍ତି  ଉଠାଇଥିଲେ ବିପକ୍ଷ ପ୍ରାର୍ଥୀ ।   ବିଜେଡି ଓ କଂଗ୍ରେସ ଏହାକୁ ଗଣ୍ଠି କରି ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ୍ ହୋଇଥିଲେ ।  ଧର୍ମ ନାଁରେ ରାଜନୀତିର ଅଭିଯୋଗ ଆଣିଥିଲେ ।  ଆଉ ଆଜି ଏ ନେଇ ଥାନାରେ ବି ମାମଲା ହୋଇଛି । ଧର୍ମ ନାଁରେ ସମ୍ବିତ ରାଜନୀତି କରୁଛନ୍ତି କି, ସେ ନେଇ ବି ପ୍ରଶ୍ନ ଉଠିଛି ।  ସେପଟେ ଘଟଣାରେ ବିଜେପି ସିଧା ଉତ୍ତର ନ ଦେଇ ବୁଲେଇ ବଙ୍କେଇ କହିଛି, ଏହା ବିଜେଡିର ଚାଲ୍ ।

{"id":104774}

 ଧର୍ମ ଓ ଭୋଟ ପ୍ରସଙ୍ଗକୁ ନେଇ ସାରା ଦେଶରେ ରାଜନୀତି ସରଗରମ୍ । ରାଜ୍ୟରେ ଏହାର ପ୍ରଭାବ ନାହିଁ କହିଲେ ଚଳେ । ହେଲେ ସମ୍ବିତଙ୍କ ପ୍ରଚାର ଷ୍ଟାଇଲ, ଏବେ ଓଡ଼ିଶାରେ ଏହି ବିତର୍କକୁ ଆଗକୁ ବଢାଇଛି ।  ଏହା ଭୋଟରଙ୍କ ପାଖେ ସମ୍ବିତଙ୍କ ମାଇଲେଜ ବଢାଉଛି ନା ଘାଟାରେ ପକାଉଛି, ତାହା ଦେଖିବାକୁ ବାକି ରହିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.