Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ବିଜେପି ପ୍ରାର୍ଥୀ ଗୌତମ ଗମ୍ଭୀରଙ୍କ ବିରୋଧରେ ମାମଲା ରୁଜ୍ଜୁ

27/04/2019 at 4:17 PM

ଦିଲ୍ଲୀ ୨୭/୪ : ଲୋକସଭା ନିର୍ବାଚନ ପ୍ରଚାର ବେଳେ ପୂର୍ବାଂଚଳ ଦିଲ୍ଲୀର ଲୋକସଭା ବିଜେପି ପ୍ରାର୍ଥୀ ଗୌତମ ଗମ୍ଭୀର ଏକ ବଡ ସମସ୍ୟାରେ ପଡିଯାଇଛନ୍ତି | ଗୌତମ ଗମ୍ଭୀରଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି | ନିର୍ବାଚନ ଆୟୋଗ ଗମ୍ଭୀରଙ୍କ ବିରୋଧରେ ମାମଲା ରୁଜ୍ଜୁ କରିବା ପାଇଁ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟକୁ ନିର୍ଦେଶ ଦେଇଛନ୍ତି | ବିନା ଅନୁମତିରେ ଦିଲ୍ଲୀ ପୂର୍ବାଂଚଳରେ ରାଲି କରିଥିବା ଅଭିଯୋଗରେ ଗମ୍ଭୀରଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି |


ଜିଲ୍ଲା ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ଆଜି ଗମ୍ଭୀରଙ୍କ ବିରୋଧରେ ଏଫଆଇଆର ରୁଜ୍ଜୁ ହୋଇଛି | ନାମାଙ୍କନ ପତ୍ର ଦାଖଲ ପରେ ପ୍ରଥମଥର ପାଇଁ କୌଣସି ପ୍ରାର୍ଥୀଙ୍କ ବିରୋଧରେ ଏଫଆଇଆର ରୁଜ୍ଜୁ କରିବା ପାଇଁ ନିର୍ବାଚନ ଆୟୋଗ ନିର୍ଦେଶ ଦେଇଛନ୍ତି |


ସୂଚନାଯୋଗ୍ୟ ଯେ, ପୂର୍ବ ଦିଲ୍ଲୀରୁ ଗମ୍ଭୀର ନାମାଙ୍କନ ପତ୍ର ଦାଖଲ କରିଥିଲେ | ନାମାଙ୍କନ ପତ୍ର ଦାଖଲ ପରେ ପ୍ରଚାର ଆରମ୍ଭ କରିଥିଲେ | ୨୫ ତାରିଖରେ ଗମ୍ଭୀର ପୂର୍ବାଂଚଳ ଲୋକସଭା କ୍ଷେତ୍ର ଅନ୍ତର୍ଗତ ଜଙ୍ଗପୁରାରେ ସକାଳ ୧୧ଟା ଏକ ଜନସଭା କରିଥିଲେ | କିନ୍ତୁ ଜନସଭା ପାଇଁ ଗମ୍ଭୀର ନିର୍ବାଚନ ଆୟୋଗଙ୍କ ଠାରୁ ଅନୁମତି ନେଇନଥିଲେ | ବିନା ଅନୁମତିରେ ଜନସଭା କରିଥିବା ଅଭିଯୋଗରେ ନିର୍ବାଚନ ଆୟୋଗ ଗମ୍ଭୀରର ବିରୋଧରେ ପଦକ୍ଷେପ ନେଇଥିଲେ |


ପୂର୍ବାଂଚଳ ଦିଲ୍ଲୀର ନିର୍ବାଚନ ଅଧିକାରୀ କେ.ମହେଶ ଗମ୍ଭୀରଙ୍କ ଜନସଭାକୁ ଆଚରଣ ବିଧି ଉଲଂଘନ ବୋଲି ଦର୍ଶାଇଛନ୍ତି | ନିର୍ବାଚନ ଆୟୋଗଙ୍କ ନିର୍ଦେଶ ପରେ ଦିଲ୍ଲୀ ପୋଲିସ ଲଜପତ ନଗର ଥାନାରେ ଗୌତମ ଗମ୍ଭୀରଙ୍କ ବିରୋଧରେ ଏଫଆଇଆର ରୁଜ୍ଜୁ କରିଛନ୍ତି |


ପୋଲିସ ସୂଚନା ଅନୁଯାୟୀ, ଗମ୍ଭୀରଙ୍କ ବିରୋଧରେ ଡିପି ଆକ୍ଟ ଜରିଆରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | ଡିପି ଆକ୍ଟ ଅନୁଯାୟୀ, ଦଣ୍ଡ ଭାବେ ଜୋରିମାନା ଦେବାକୁ ପଡିଥାଏ | ଜୋରିମାନା ନଦେଲେ କୋର୍ଟ ସଜା ଶୁଣାଇଥାନ୍ତି |

   Related Posts