ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବାକୁ ଆମାଜନକୁ ଅନୁମତି ଦେଲା କିଏ ? ଜଗନ୍ନାଥପ୍ରେମୀଙ୍କୁ ବଡ ଆଘାତ : ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା

Published By : Prameya-News7 Bureau | November 30, 2020 IST

ପୁରୀ ୩୦।୧୧: ଟିକିଏ କୈବଲ୍ୟ ପାଇଲେ ବୈକୁଣ୍ଠ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି । ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ଏବଂ ମହାପ୍ରଭୁଙ୍କ ନିର୍ମାଲ୍ୟ ଟିକିଏ ପାଇବା ପାଇଁ କାହିଁ କେତେ ଦୂରରୁ ଶ୍ରୀକ୍ଷେତ୍ରକୁ ଧାଇଁ ଆସିଥାନ୍ତି ଭକ୍ତ । ମହାପ୍ରଭୁଙ୍କ ନିର୍ମାଲ୍ୟ ପାଇ କୃତ୍ୟକୃତ୍ୟ ହୋଇଯାନ୍ତି। ସେଇଥିପାଇଁ ପାଇଁ ବୋଧେ ଜଗନ୍ନାଥ ତାଙ୍କ ଭକ୍ତଙ୍କୁ ‘ମୋତେ ନିନ୍ଦିବୁ ପଛେ ମୋ କୈବଲ୍ୟକୁ ନିନ୍ଦିବୁନି’ ବୋଲି କହିଥିବା ଏକ ପୁରାଣ ବର୍ଣ୍ଣିତ ବିଶ୍ବାସ ରହିଛି । କିନ୍ତୁ ଦୁଃଖ ଓ ବିଡମ୍ବନାର ବିଷୟ ଏହି ପବିତ୍ର ନିର୍ମାଲ୍ୟ ବିକ୍ରି ହେଉଛି ଅନଲାଇନରେ। ଏହି ଘଟଣାକୁ ନେଇ ସେବାୟତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

{"id":370056,"sizeSlug":"large"}

ବିଶ୍ବର ଅନ୍ୟତମ ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନ ଇଣ୍ଡିଆ ଅନଲାଇନ୍ ରେ କୈବଲ୍ୟ ବିକ୍ରି କରୁଛି । କିନ୍ତୁ ଏପରି ବିକ୍ରି ପ୍ରକ୍ରିୟାରେ କୈବଲ୍ୟ ଏବଂ ମହାପ୍ରଭୁଙ୍କ ମହାତ୍ମ୍ୟ ପ୍ରତି ଆଞ୍ଚ୍ ଆସୁଛି ବୋଲି ସେବାୟତଙ୍କ ପକ୍ଷରୁ ଅଭିଯୋଗ ସହ କେଉଁ ଆଧାରା ଏବଂ କିପରି ଅନୁମତିରେ ଆମାଜନ ଏଭଳି ମନମାନୀ କରୁଛି ବୋଲି ପ୍ରଶ୍ନ ସହ କାର୍ଯ୍ୟାନୁଷ୍ଠାନ ଅନୁରୋଧ କରି ସେବାୟତଙ୍କ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି । ଶ୍ରୀମନ୍ଦିର ସେବାୟତ ଶମ୍ବୁନାଥ ଖୁଣ୍ଟିଆ ଆମାଜନ ଇଣ୍ଡିଆ ବିରୋଧରେ ଏହି ଏତଲା ଦେଇଛନ୍ତି ।

{"id":370057,"sizeSlug":"large"}

ଦୀର୍ଘଦିନ ହେବ ଆମାଜନ ଇଣ୍ଡିଆ ମହାପ୍ରଭୁଙ୍କ ଏହି ନିର୍ମାଲ୍ୟକୁ ନିଜ ୱେବସାଇଟ ମାଧ୍ୟମରେ ଯଥାକ୍ରମେ ୫୯, ୩୨୦, ୨୪୯ ଟଙ୍କାରେ ବିକ୍ରି କରି ଆସୁଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପାଖରେ ସେବାୟତ ଜଣଙ୍କ ଅଭିଯୋଗ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନଲାଇନରେ ଏଭଳି ବ୍ୟବସାୟ କରିବା ପାଇଁ କୌଣସି ସଂସ୍ଥାକୁ ଅନୁମତି ଦିଆଯାଇନାହିଁ ବୋଲି ସେବାୟତ ଶମ୍ବୁ ଖୁଣ୍ଟିଆଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିବା ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.